fbpx

ଯୀଶୁଙ୍କ ଜନ୍ମଦିନରେ ଆଜି କାନ୍ଦୁୁଛି ବେଥେଲହାମ, କାରଣ ଜାଣିଲେ ଆପଣଙ୍କ ଆଖି ବି ଲୁହରେ ଭରିିଯିବ

AAKASH

ନୂଆଦିଲ୍ଲୀ: ପୁରା ଦୁନିଆ ଆଜି ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଅର୍ଥାତ୍ ଖ୍ରୀଷ୍ଟମାସ ପର୍ବକୁ ପୁରା ଉତ୍ସାହର ସହ ମନାଉଛି । କିନ୍ତୁ ଯୀଶୁଙ୍କ ଜନ୍ମସ୍ଥାନ ବେଥେଲହାମରେ ଆଜି ନୀରବତା ଛାଇ ଯାଇଛି । ସହସ୍ର ବର୍ଷର ଇତିହାସରେ ବର୍ଷ ୨୦୨୩ରେ ଏପରି ପ୍ରଥମ ଥର ପାଇଁ ହୋଇଛି କି ଯେତେବେଳେ ପ୍ରଭୁ ଇସା ମସିହାଙ୍କ ଜନ୍ମସ୍ଥାନ ବେଥେଲହାମରେ ଖ୍ରୀଷ୍ଟମାସ ଡେ’ରେ କୌଣସି ଉତ୍ସବର ମାହୋଲ ଦେଖିବାକୁ ମିଳି ନାହିଁ । ଏଠାରେ କୌଣସି ସାଜସଜ୍ଜା ହୋଇନାହିଁ କି କୌଣସି ପର୍ଯ୍ୟଟକ ଏଠାକୁ ଖ୍ରୀଷ୍ଟମାସ ମନାଇବାକୁ ଆସିନାହାନ୍ତି । ପୁରା ବେଥେଲହାମ୍ ଶୂନଶାନ ହୋଇପଡିଛି । ପ୍ରଭୁ ଯୀଶୁ ବି ଏପରି କେବେ ଭାବି ନ ଥିବେ କି ତାଙ୍କ ଜନ୍ମସ୍ଥାନରେ ଦିନେ ତାଙ୍କ ଜନ୍ମଦିନ ମନାଇବାକୁ କେହି ବି ଆସି ନ ଥିବେ । କିନ୍ତୁ ଏହା ପଛରେ ଯେଉଁ କାରଣ ରହିଛି ତାହା ଜାଣିବା ପରେ ଆପଣଙ୍କ ଆଖିରୁ ନିଶ୍ଚୟ ଲୁହ ଝରିପଡିବ ।

ବେଥେଲହାମ ଖ୍ରୀଷ୍ଟମାସରେ ସବୁଠାରୁ ଅଧିକ ବ୍ୟସ୍ତ ରହିଥାଏ । କିନ୍ତୁ ଏଥର ଇସ୍ରାଏଲ ହମାସ ଯୁଦ୍ଧ କାରଣରୁ ଏଠାରେ ଅଜବ ଧରଣର ନୀରବତା ଛାଇ ଯାଇଛି । ଏଠାକୁ କୌଣସି ବି ପର୍ଯ୍ୟଟକ ଉତ୍ସବ ମନାଇବାକୁ ଆସିନାହାନ୍ତି । ନାଁ ହିଁ ଚର୍ଚ୍ଚରେ କୌଣସି ପ୍ରକାର ସାଜସଜ୍ଜା କରାଯାଇଛି । ଏଠାରେ ଆଜି କୌଣସି ଖ୍ରୀଷ୍ଟମାସ ଟ୍ରି’ ବି ସଜା ଯାଇନାହିଁ । ଏପରି ନୀରବତା ସହସ୍ର ବର୍ଷର ଇତିହାସରେ ଲୋକମାନେ ପ୍ରଥମ ଥର ଦେଖୁଛନ୍ତି ।

ଇସ୍ରାଏଲ ହମାସ ଯୁଦ୍ଧ କାରଣରୁ ଇସ୍ରାଏଲ କବଜାରେ ଥିବା ୱେଷ୍ଟ ବ୍ୟାଙ୍କକୁ ପାଲେଷ୍ଟାଇନ ସହରରୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଆସିବାକୁ ଭୟ କରିଛନ୍ତି । ଫଳରେ ଏଠାରେ ହୋଟେଲ, ଦୋକାନ, ରେଷ୍ଟୁରାଣ୍ଟ, ସ୍ମାରକୀ ସବୁକିଛି ଖାଲି ପଡିଛି । ୭ ଅକ୍ଟୋବରରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି କାରଣୁ ବିଶ୍ୱର ପର୍ଯ୍ୟଟକଙ୍କ ମଧ୍ୟରେ ଭୟ ଛାଇ ଯାଇଛି । ଜେରୁଜେଲମର ଠିକ୍ ଦକ୍ଷିଣକୁ ଥିବା ବେଥେଲହାମ୍ ଆୟ ପାଇଁ ସାରା ବିଶ୍ୱରୁ ପର୍ଯ୍ୟଟକଙ୍କ ଆଗମନ ଉପରେ ନିର୍ଭର କରିଥାଏ । ଏଠାକୁ ‘ଚର୍ଚ୍ଚ ଅଫ୍ ନେଟିଭିଟୀ’ ଦେଖିବାକୁ ସାରା ବିଶ୍ୱରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

Get real time updates directly on you device, subscribe now.