fbpx
BJD
BJD SKY
BJD SKY

ଅପ୍ରାକୃତିକ ଯୌନ ସମ୍ପର୍କରୁ ବିଭତ୍ସ କାଣ୍ଡ: କାଠ ଫାଳିଆ ଓ ଦା’ରେ କାଟିଦେଲେ….

କଟକ: କଟକ ଜଗତପୁରର ପୂର୍ବକଚ୍ଛରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଏବଂ ଅବିଶ୍ୱସନୀୟ କାଣ୍ଡ । ଯୌନ ସମ୍ପର୍କଯେ କେତେ ମାରାତ୍ମକ ହୋଇପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି ଏହି ଘଟଣା । ତେବେ ଏହା ଥିଲା ଏକ ଅପ୍ରାକୃତିକ ଯୌନ ସମ୍ପର୍କ । ଯାହାର ପରିଣାମ ଅତି ଭୟଙ୍କର ରୂପ ନେଇଛି । ଯେଉଁ ମାମଲାରେ ବଳି ପଡ଼ି ଯାଇଛି ଏକ ନିରୀହ ନାବାଳକ । ଏଭଳି ଏକ ସମ୍ପର୍କ ବିଷୟରେ ଘରେ କହିବାରୁ ନାବାଳକକୁ ମିଳିଛି ହତ୍ୟାର ଇନାମ୍ । ତେବେ ବର୍ତ୍ତମାନ ଏହି ମାମଲାର ପର୍ଦ୍ଦାଫାଶ୍ ହୋଇଛି ।

ସୂଚନା ଅନୁସାରେ, ଗତ ଡିସେମ୍ବର ୧୬ ତାରିଖରେ ଥୋରିଆ ସାହି ନିକଟ ଏ ପୋଖରୀ କୂଳରୁ ଜଣେ ନାବାଳକର ମୃତଦେହ ଉଦ୍ଧାର ହୋଇଥିଲା । ନାବାଳକର ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ବେଳେ ବର୍ତ୍ତମାନ ଏହି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଏକ ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ନାବାଳକକୁ ହତ୍ୟା ହୋଇଥିବା ଜାଣିବାକୁ ମିଳିଛି । ନାବାଳକଟି ଅପ୍ରାକୃତିକ ଯୌନ ସମ୍ପର୍କ ବିଷୟରେ ଘରେ କହିବାରୁ ପିଲାଟିକୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ପ୍ରଥମେ କାଠ ଫାଳିଆରେ ପିଯିବା ସହ ପରେ ଦା’ରେ ନାବାଳକର ବେକ କାଟି ହତ୍ୟା କରିଥିବା ଜଣାପଡ଼ିଛି । ତେବେ ହତ୍ୟା ପରେ ଅଭିଯୁକ୍ତ ଯୋଗେନ୍ଦ୍ର ପଣ୍ଡା ନାବାଳକର ମୃତ ଶରୀରକୁ ପୋଖରୀ କୂଳରେ ଫିଙ୍ଗି ଦେଇଥିଲା । ବର୍ତ୍ତମାନ ଏହି ମାମଲାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମନାକୁ ଆସିଛି ।

ତେବେ ଏଭଳି ଏକ ଭୟାନକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଯୋଗେନ୍ଦ୍ର ପଣ୍ଡାକୁ ପୋଲିସ ଗିରଫ କରିଛି । ଏହାସହିତ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ ଏବଂ ଦା’ ମଧ୍ୟ ଜବତ କରାଯାଇଛି । ଜଣେ ନାବାଳକକୁ ଏଭଳି ବିଭତ୍ସ ହତ୍ୟାକାଣ୍ଡକୁ ନେଇ ଯୋଗେନ୍ଦ୍ର ଉପରେ ବିଭିନ୍ନ ମାମଲା ରୁଜୁ ହୋଇଛି । ତେବେ କଟକ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.