fbpx

ବିଶ୍ୱ ଚମ୍ପିଆନ୍ ବକ୍ସର ନିଖତ ଜରୀନଙ୍କୁ ମିଳିଲା ବଡ଼ ଦାୟିତ୍ୱ, ତେଲେଙ୍ଗାନା ପୋଲିସରେ ହେଲେ DSP

ନୂଆଦିଲ୍ଲୀ: ଭାରତର ବିଶ୍ୱ ଚମ୍ପିଆନ୍ କୁସ୍ତି ଯୋଦ୍ଧା ନିଖତ ଜରୀନ(Nikhat Zareen)ଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିଥିବା ନିଖତଙ୍କୁ ତେଲେଙ୍ଗାନା ପୋଲିସରେ DSP ପଦରେ ନିଯୁକ୍ତ କରାଯାଇଛି । ତେଲେଙ୍ଗାନାର ପୋଲିସ ମହାନିର୍ଦ୍ଦେଶକ(DGP) ଜିତେନ୍ଦ୍ରଙ୍କୁ ନିଜ ନିଯୁକ୍ତି ପତ୍ର ହସ୍ତାନ୍ତର କରିଛନ୍ତି । ବୁଧବାର ରାତିରେ ଜାରି କରାଯାଇଥିବା ଏକ ସରକାରୀ ବିଜ୍ଞପ୍ତିରୁ ପ୍ରକାଶ କି ନିଖତଙ୍କୁ ଡିଏସପି(ବିଶେଷ ପୋଲିସ) ଭାବରେ ନିଯୁକ୍ତ କରିବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ।

ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ରହୁଥିବା ନିଖତ ଦୁଇ ଥର ବିଶ୍ୱ କୁସ୍ତିଯୋଦ୍ଧା ଚମ୍ପିଆନ୍ ରହିସାରିଛନ୍ତି । ସେ କମନୱେଲ୍‌ଥ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଏବଂ ଏସୀୟ ଗେମ୍ସରେ କାଂସ୍ୟ ପଦକ ଜିତିଛନ୍ତି । ନିଖତଙ୍କ ନିଯୁକ୍ତିକୁ ନେଇ ତେଲେଙ୍ଗାନା DGP ‘ଏକ୍ସ’ରେ ଏକ ପୋଷ୍ଟ କରି ତାଙ୍କୁ ବଧେଇ ଦେଇ ଲେଖିଛନ୍ତି, ‘ଆମେ ଦୁଇ ଥର ବିଶ୍ୱ ଚମ୍ପିଆନ୍ ଏବଂ ଅଲିମ୍ପିକ ଆଥଲେଟ୍ ନିଖତ ଜରୀନଙ୍କୁ ଗର୍ବର ସହ ସ୍ୱାଗତ କରୁଛୁ । ନିଖତ ଡିଏସପି(ବିଶେଷ ପୋଲିସ) ଭାବେ ନୂତନ ଦାୟିତ୍ୱ ତୁଲାଇବେ । ସେ ତାଙ୍କ ନିଯୁକ୍ତି ପତ୍ର ମୋତେ ହସ୍ତାନ୍ତର କରିଛନ୍ତି ।’

Get real time updates directly on you device, subscribe now.