fbpx
BSKY
BJD MC SKY
BJD YOUTH SKY

WORLD CUP 2023; ନେଦରଲାଣ୍ଡ୍‌ସ ଆଗରେ ୩୪୦ ରନ୍‌ର ଟାର୍ଗେଟ ରଖିଲା ଇଂଲଣ୍ଡ

ଓଡିଶା ଭାସ୍କର; ଆଜି ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଲଢେଇ ଜାରି ରଖିଛନ୍ତି ଇଂଲଣ୍ଡ ଓ ନେଦରଲାଣ୍ଡ୍‌ସ । ଏହି ଶକ୍ତିଶାଳୀ ଟିମ ମଧ୍ୟରେ ପ୍ରଥମ ଇନିଂସ ଶେଷ ହୋଇଥିବା ବେଳେ ନେଦରଲାଣ୍ଡ୍‌ସ ଆଗରେ ୩୪୦ ରନ୍‌ର ଟାର୍ଗେଟ ରଖିଛି ଇଂଲଣ୍ଡ ।

ତେବେ ଆଜିର ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହା ପରେ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ୍‌ ହରାଇ ମୋଟ ୩୩୯ ରନ୍‌ କରିବାରେ ସକ୍ଷମ ହୋଇଛି ଦଳ । ଫଳରେ ନେଦରଲାଣ୍ଡ୍‌ସକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୩୪୦ ରନ୍‌ର ଲକ୍ଷ୍ୟ ମିଳିଛି। ଇଂଲଣ୍ଡ ପକ୍ଷରୁ ବେନ୍‌‌ ଷ୍ଟୋକ୍ସ ଶତକ, ଡେଭିଡ ମଲାନ୍‌ ଓ କ୍ରିସ୍‌ ୱକ୍ସଙ୍କ ଅର୍ଦ୍ଧଶତକ ହାସଲ କରି ଦଳକୁ ଭଲ ସ୍କୋରରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.