fbpx
BSKY SKY
BSKY SKY

ପୁଣି ଥରେ ଖେଳାଯିବ ୨୦୨୩ ବିଶ୍ୱକପ ଫାଇନାଲ୍ ମ୍ୟାଚ? ଅଷ୍ଟ୍ରେଲିଆର ବେଇମାନୀ ଧରାପଡ଼ିବା ପରେ ICCର ବଡ଼ ନିଷ୍ପତ୍ତି, କ’ଣ ରହିଛି ସତ୍ୟତା

BSKY

ନୂଆଦିଲ୍ଲୀ: ଗତ ନଗେମ୍ବର ମାସ ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ ଫାଇନାଲରେ ଭାରତର ପରାଜୟକୁ ନେଇ ଷ୍ଟାଡିୟମରେ ଉପସ୍ଥିତ ଥିବା ଲକ୍ଷାଧିକ ଦର୍ଶକ କ୍ଷଣିକ ମଧ୍ୟରେ ନିରବି ଯାଇଥିଲେ । କ୍ରମାଗତ ୧୦ଟି ମ୍ୟାଚରେ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆର ସେହି ପରାଜୟକୁ କେହି ସହଜରେ ଗ୍ରହଣ କରିପାରିନଥିଲେ । କେବଳ ଭାଗ୍ୟକୁ ହିଁ ଦୋଷ ଦେବା ସାର ହୋଇଥିଲା ।

ତେବେ ବିଶ୍ୱକପ ପରେ ଅଷ୍ଟ୍ରେଲିଆକୁ ଭାରତ ଟି-୨୦ ସିରିଜରେ ୪-୧ରେ ପରାସ୍ତ କରି ନିଜର ଅସଲ ଦକ୍ଷତାର ପରିଚୟ ଦେଇଛି । ଫାଇନାଲ ମ୍ୟାଚ ପରେ ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ଏବେ ବି ଦର୍ଶକମାନେ ସେହି ଦୁଃଖକୁ ମନରୁ ପାଶୋରି ପାରି ନାହାନ୍ତି । ଏହା ମଧ୍ୟରେ ବିଶ୍ୱକପକୁ ନେଇ ଆସିଛି ଏକ ବଡ଼ ଖବର । ‘ପୁଣି ଥରେ ୨୦୨୩ ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆର ବେଇଆନୀ କାରଣରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏଭଳି ଏକ ବଡ଼ ନିଷ୍ପତ୍ତି ନେବାକୁ ନେଇଛି ।’ ଏଭଳି କିଛି ଖବର ଏବେ ଭାଇରାଲ ହେବାର ଲାଗିଛି ।

ଉକ୍ତ ଭାଇରାଲ ନ୍ୟୁଜରେ କୁହାଯାଇଛି, ‘ଫାଇନାଲରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଆଉଟ୍ ହୋଇନଥିଲେ । ତେବେ ଅମ୍ପାୟାର ସମେତ ଅନ୍ୟ କେହି କ୍ୟାଚ ଡ୍ରପ ଉପରେ ଧ୍ୟାନ ଦେଇନଥିଲେ । ତେଣୁ ଆଇସିସି ପୁଣି ଥରେ ଫାଇନାଲ କରାଇବାକୁ ଯୋଜନା କରୁଛି ।’ ତେବେ ପୁଣି ଥରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଆଇସିସି ପକ୍ଷରୁ ଏପରି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ନିଜେ ଆଇସିସି ଏନେଇ ଏକ ଭିଡିଓ ଜାରି କରି ସୂଚନା ଦେଇଛି । ରୋହିତଙ୍କର ଯେଉଁ କ୍ୟାଚ ଟ୍ରେଭିସ୍ ହେଡ୍ ଧରିଥିଲେ ତାହା ଆଉଟ ବୋଲି ସ୍ପଷ୍ଟ ଜଣାପଡ଼ୁଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଅନେକ ସମୟରେ ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ ଗୋଟିଏ ଭୁଲ୍ ପାଇଁ ମ୍ୟାଚର ଫଳାଫଳ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାଏ । ପୂର୍ବରୁ ଏପରି କିଛି ଭୁଲ ସାମ୍ନାକୁ ଆସିଥିଲେ ବି କ୍ରୀଡ଼ା ଇତିହାସରେ କେବେ ବି ଦ୍ୱିତୀୟ ଥର ଫାଇନାଲ ମ୍ୟାଚ ଖେଳଯାଇ ନାହିଁ ।

Get real time updates directly on you device, subscribe now.