fbpx
BJD
BJD SKY
BJD SKY

ମହାଶିକ୍ଷା ଦେଲେ ଭାରତୀୟ ଜନତା: ଦଳ ଜିତିଲା- ନେତା ହାରିଲେ, ଶତାଧିକ ମନ୍ତ୍ରୀ ଓ ବିଧାୟକ ହେଲେ ଧରାଶାୟୀ

BJD

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶ ପାଇଥିବା ଦେଶର ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଏକ ବଡ଼ ସନ୍ଦେଶ ଦେଇଛି । କିଛି ଦଳ ଜିତିଥିବା ବେଳେ ଆଉ କିଛି ଦଳ ହାରିଛନ୍ତି । ତେବେ ଏହି ନିର୍ବାଚନରେ ଭାରତୀୟ ମତଦାତା ରାଜନୈତିକ ଦଳ ଓ ରାଜନେତାଙ୍କୁ ଏକ ବଡ଼ ଶିକ୍ଷା ଦେଇଛନ୍ତି । ଅନେକ ସ୍ଥାନରେ ଦଳ ବହୁମତ ହାସଲ କରିଥିଲେ ବି କ୍ଷମତାରେ ରହିଥିବା କିଛି ମନ୍ତ୍ରୀ ଓ ବିଧାୟକଙ୍କୁ ଧରାଶାୟୀ ହୋଇଛନ୍ତି । ବିଭିନ୍ନ ରାଜନୈତିକ ଦଳର ଏପରି ଶତାଧିକ ରାଜନେତା ପରାଜୟର ଦ୍ୱାର ଦେଖିବାକୁ ବାଧ୍ୟ ହୋଇଛନ୍ତି ।

ମଧ୍ୟପ୍ରଦେର ୨୩୦ଟି ଆସନରୁ ବିଜେପି ୧୬୩ଟି ଆସନରେ ଜିତି ବହୁମତ ହାସଲ କରିଛି । ଦଳର ୯୯ ଜଣ ବିଧାୟକଙ୍କ ମଧ୍ୟରୁ ୨୭ ଜଣ ଓ ୩୧ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୨ ଜଣ ପରାଜିତ ହୋଇଛନ୍ତି । ସେହିପରି କଂଗ୍ରେସ ୮୫ ଜଣ ବିଧାୟକଙ୍କୁ ଟିକେଟ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ ଜଣ ପରାଜିତ ହୋଇଛନ୍ତି । ସମାଜବାଦୀ ପାର୍ଟି, ବିଏସପି ଓ ସ୍ୱାଧୀନ ବିଧାୟକ ଖାତା ଖୋଲି ପାରିନାହାନ୍ତି ।

ସେହିପରି ରାଜସ୍ଥାନରେ ଏଥର ୬୮ ପ୍ରତିଶତ ମନ୍ତ୍ରୀ ପରାଜିତ ହୋଇଛନ୍ତି । ୨୫ରୁ ୧୭ ଜଣ ମନ୍ତ୍ରୀ ଓ ୯୧ ଜଣ ବିଧାୟକ ସେମାନଙ୍କର ଆସନ ବଞ୍ଚାଇ ପାରିନାହାନ୍ତି । ଅଶୋକ ଗେହଲଟଙ୍କ କ୍ୟାବିନେଟର ୬୮ ପ୍ରତିଶତ ସଦସ୍ୟ ବଡ଼ ବ୍ୟବଧାନରେ ପରାସ୍ତ ହୋଇଛନ୍ତି । ୭୨ ଜଣ ପ୍ରାର୍ଥୀ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଅର୍ଥାତ ଜନତା ନୂଆ ନେତାଙ୍କୁ ବେଶି ପସନ୍ଦ କରୁଥିବା ଦେଖାଯାଇଛି । ସେହି ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ବିଜେପିର ୪୬ ଜଣ, କଂଗ୍ରେସର ୧୯ ଜଣ ଓ ଅନ୍ୟ ଦଳର ୭ ଜଣ ସଦସ୍ୟ ରହିଛନ୍ତି ।

Get real time updates directly on you device, subscribe now.