fbpx
BSKY
BJD MC SKY
BJD YOUTH SKY

BCCIର ଘୋଷଣା: ବିଶ୍ୱକପ ୨୦୨୩ ପାଇଁ ଅଗଷ୍ଟ ୨୪ରୁ ଆରମ୍ଭ ହେବ ଟିକେଟ ବିକ୍ରି!

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ୫ ତରିଖରୁ ନଭେମ୍ବର ମାସ ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଏନେଇ ଫ୍ୟାନ୍ସ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ପୂର୍ବରୁ ମ୍ୟାଚ ସହିତ ଅଭ୍ୟାସ ମ୍ୟାଚର ଟିକେଟ ସମ୍ବନ୍ଧୀୟ ସୂଚନା ସାର୍ବଜନିନ କରି ଦିଆଯାଇଥିଲା । ତେବେ ଦର୍ଶକ କେଉଁଠାରୁ ଓ କେବେଠାରୁ ଟିକେଟ କିଣିବେ ସେନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୂଚନା ଦେଇଛି ।

ବିଶ୍ୱକପର ଟିକେଟ ଅଗଷ୍ଟ ୨୫ରୁ ବିକ୍ରି ଆରମ୍ଭ ହେବ । ମାତ୍ର କିଛି ଫ୍ୟାନ୍ସ ଏକଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୨୪ରୁ ଟିକେଟ କିଣିପାରିବେ । ବିଶ୍ୱକପରେ ମୋଟ ୫୮ଟି ମ୍ୟାଚ ଓ ୧୦ଟି ଅଭ୍ୟାସ ମ୍ୟାଚ ଦେଶର ୧୦ଟି ସହରରେ ଖେଳାଯିବ । ହାଇଦ୍ରାବାଦ, ଧର୍ମଶାଳା, ଅହମ୍ମଦାବାଦା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକତାରେ ସମସ୍ତ ମ୍ୟାଚ ଖେଳାଯିବ । ଗ୍ୱୌହାଟୀ, ଥିରୁବନନ୍ତପୁରମ, ହାଇଦ୍ରାବାଦରେ ଅଭ୍ୟାସ ମ୍ୟାଚ ଖେଳାଯିବ ।

ଚଳିତ ବିଶ୍ୱକପରେ ମୋଟ ୧୦ଟି ଭାଗନେବେ । ଶ୍ରୀଲଙ୍କା ଓ ନେଦରଲାଣ୍ଡସ ଦୁଇଟି ଟିମ କ୍ୱାଲିଫାୟର୍ସ ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ଟିମ୍ ଅନ୍ୟ ୯ଟି ଟିମ୍ ସହିତ ରାଉଣ୍ଡ ରବିନ ଫର୍ମାଟରେ ଖେଳିବେ । ପଏଣ୍ଟ ଟେବୁଲରେ ଟପରେ ରହୁଥିବା ୪ଟି ଟିମ୍ ସେମିଫାଇନାଲରେ ସ୍ଥାନ ପାଇବେ । ସେମିରେ ଜିତିଥିବା ଦୁଇ ଟିମ୍ ଫାଇନାଲ ଖେଳିବେ । ଗତଥର ଇଂଲଣ୍ଡରେ ଏହି ଫର୍ମାଟରେ ବିଶ୍ୱକପର ଆୟୋଜନ ହୋଇଥିଲା ।

Get real time updates directly on you device, subscribe now.