fbpx
BSKY
BJD SHG SKY
BJD YOUTH SKY

ବିଶ୍ୱ ଖାଦ୍ୟ ଦିବସ : ‘Water is Life, Water is Food. Leave No one Behind’

ଭୁବନେଶ୍ୱର : ମଣିଷର ମୌଳିକ ଅଧିକାର ହେଉଛି ଖାଦ୍ୟ ବସ୍ତ୍ର ଏବଂ ବାସଗୃହ । ମଣିଷକୁ ରହିବା ପାଇଁ ଗୋଟେ ଘରେ, ପିନ୍ଧିବା ପାଇଁ ଖଣ୍ଡେ ବସ୍ତ୍ର ଏବଂ ଖାଇବା ପାଇଁ ଗଣ୍ଡେ ଖାଦ୍ୟ ଆବଶ୍ୟକ । କିନ୍ତୁ ଆଜିର ଦିନରେ ଅନେକ ଏପରି ଅଛନ୍ତି ଯାହାକୁ କି ଅଧିକାଂଶ ସମୟରେ ଖାଇବାକୁ ମିଳୁ ନାହିଁ । ତେବେ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା, ଖାଦ୍ୟର ବର୍ଜ୍ୟବସ୍ତୁକୁ ସଫା କରିବା, ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ଓ କୃଷିଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଅକ୍ଟୋବର ୧୬ ତାରିଖକୁ ‘ ବିଶ୍ୱ ଖାଦ୍ୟ ଦିବସ’ ରୂପେ ପାଳନ କରିଥାଉ ।

‘ ବିଶ୍ୱ ଖାଦ୍ୟ ଦିବସ’ ପାଳନ କରିବାର ମୁକ୍ୟ ଉଦ୍ଦେଶ୍ୟ ହେଉଛି, ବିଶ୍ୱରୁ କ୍ଷୁଧା ଦୂର କରି ସମସ୍ତଙ୍କୁ ଆହାର ଯୋଗାଇବା ପାଇଁ ଚେଷ୍‌ଟା କରିବା । ଏହା ବ୍ୟତୀତ ଯେଉଁ ଲୋକମାନେ ଖାଦ୍ୟ ନଷ୍ଟ କରୁଛନ୍ତି ସେମାନଙ୍କୁ ସଚେତନ କରାଇବା । ୧୯୪୫ ମସିହାରେ ମିଳିତ ଜାତି ସଂଘ ଦ୍ୱାରା ଖାଦ୍ୟ ଓ କୃଷି ସଂଗଠରେ ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନକୁ ବିଶ୍ୱ ଖାଦ୍ୟ ଦିବସ ରୂପେ ଡପାଳନ କରାଯାଏ । ବିଶ୍ୱରେ ପ୍ରାୟ ୧୫୦ରୁ ଅଧିକ ଦେଶ ଏହି ଦିବସକୁ ପ୍ରତି ବର୍ଷ ଅକ୍ଟୋବର ୧୬ ତାରିଖ ଦିନ ପାଳନ କରନ୍ତି ।

ଖାଦ୍ୟାଭାବ, ଦାରିଦ୍ର‌୍ୟଜନିତ ସମସ୍ୟା ଓ ଏହାର ନିରାକରଣ ଦିଗରେ ବିଶ୍ୱବାସୀଙ୍କ ଦୃଷ୍ଟିଆକର୍ଷଣ କରିବାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରଖି ଏହି ଦିବସକୁ ପାଳନ କରାଯାଏ । ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ କରିବାର କିଛି ନା କିଛି ବିଷୟ ବସ୍ତୁ ରହିଥାଏ । ତେବେ ଚଳିତ ବର୍ଷ ଏହି ଦିବସକୁ ପାଳନ କରିବାର ବିଷୟବସ୍ତୁ ହେଉଛି-‘Water is Life, Water is Food. Leave No one Behind’ ।

Get real time updates directly on you device, subscribe now.