fbpx

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା: ନବୀନ ଆଜି ବି ଅପରାଜେୟ, ଆଜି ବି ସଭିଙ୍କ ପ୍ରିୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବୀନ ପଟ୍ଟନାୟକ । ଏଇ ଦୁଇଟି ଶବ୍ଦ କେବଳ ଓଡ଼ିଶା ନୁହେଁ ସାରା ଭାରତବର୍ଷର ରାଜନୈତିକ ଇତିହାସର ଏକ ଉଚ୍ଚତମ ମାଇଲଖୁଣ୍ଟ । ଏହା କେବଳ ଦୁଇଟି ଶବ୍ଦ ନୁହେଁ, ଅନେକ ରେକର୍ଡ ଓ ସଫଳତାର ସଂଗ୍ରହାଳୟ । ଆକସ୍ମିକ ଭାବେ ରାଜନୀତିରେ ପ୍ରବେଶ କରିଥିବା ନବୀନ ଦୀର୍ଘ ୨୬ ବର୍ଷ ଧରି ଅପରାଜେୟ ହୋଇରହିଛନ୍ତି । ନବୀନଙ୍କ ରାଜନୈତିକ ରଣନୀତି, ପରାକାଷ୍ଠା, ନିଷ୍ପତ୍ତି ସବୁ ଆଗରେ ବିରୋଧୀମାନେ ସର୍ବଦା ଫେଲ୍ ମାରିଛନ୍ତି ।

ଏହା ମଧ୍ୟରେ ଜୀବନର ୭୭ଟି ଅଭୁଲା ବର୍ଷ ଅତିକ୍ରମ କରିସାରିଛନ୍ତି ଓଡ଼ିଶାର ତଥା ସଭିଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୮ ବର୍ଷରେ ପାଦ ଦେବା ଅବସରେ ନବୀନଙ୍କୁ ଅଜସ୍ର ଶୁଭେଚ୍ଛା ଓ ଅଭିନନ୍ଦନ । ଈଶ୍ୱର ନବୀନଙ୍କୁ କୋଟି ପରମାୟୁ ଦିଅନ୍ତୁ । ସର୍ବଦା ଗରିବଙ୍କ ଦୁଃଖ ବୁଝୁଥିବା, ସର୍ବଦା ସ୍ୱଚ୍ଛ ଶାସନରେ ବିଶ୍ୱାସ କରୁଥିବା ନବୀନ ଆଜି ବି ନବୀନ । ଆଜି ବି ତାଙ୍କର ବ୍ୟକ୍ତିତ୍ୱରେ ଟିକିଏ ବି ଦାଗ ଲାଗ ନାହିଁ । ଗରିବଙ୍କ ଦୁଃଖ ବୁଝୁଥିବା ଏଭଳି ବିଶାଳ ହୃଦୟଧାରୀ ମୁଖ୍ୟମନ୍ତ୍ରୀ ଯୁଗେ ଯୁଗେ ରାଜ୍ୟବାସୀଙ୍କୁ ମିଳନ୍ତୁ ଏହା ହିଁ କାମନା ।

ଥରେ ନୁହେଁ କି ଦୁଇଥର ନୁହେଁ କ୍ରମାଗତ ୫ ଥର ଧରି ଓଡ଼ିଶାବାସୀ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ସମୟ ବିତିଯାଇଥିଲେ ହେଁ ନବୀନଙ୍କ ଲୋକପ୍ରିୟତାରେ ଟିକିଏ ବି ମଳିନ ପଡ଼ିନାହିଁ, ଏହା ହିଁ ଅନେକ ରାଜନୈତିକ ବିଶାରଦଙ୍କୁ ଚକିତ କରିଦେଇଥାଏ । ବିଭିନ୍ନ ସମୟରେ ନବୀନଙ୍କ ସାହସିକତା ପଦକ୍ଷେପ ପାଇଁ ଦେଶ, ବିଦେଶରୁ ଅନେକ ପୁରସ୍କାର ମିଳିବା ସହିତ ପ୍ରଶଂସାର ସୁଅ ଛୁଟିଥାଏ । ବାତ୍ୟା ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କୁ ମିଳିତ ଜାତିସଂଘ ବି ପ୍ରଶଂସା କରିଥିଲା । ଓଡ଼ିଶାରେ ଦୁଇ ଦୁଇ ଥର ହକି ବିଶ୍ୱକପ ସଫଳତାର ସହ ଆୟୋଜନ କରି ଦେଶର କ୍ରୀଡ଼ାକୁ ଆଗକୁ ନେବାରେ ନବୀନ ନୂଆ ଉଦାହରଣ ସାଜିଛନ୍ତି । ଏହାଛଡ଼ା, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ନବୀନ ଯେଉଁ ସବୁ ଯୋଜନା ପ୍ରଣୟନ କରିଛନ୍ତି ଓ ପଦକ୍ଷେପ ନେଇଛନ୍ତି ତା’ର ଆକଳନ କରିବା ନିହାତି ଅସମ୍ଭବ । ଓଡ଼ିଶା ପ୍ରଗତିର ଏଇ ପ୍ରମୁଖ ବିନ୍ଧାଣି ଆଗକୁ ମଧ୍ୟ ଆହୁରି ସଫଳତା ହାସଲ କରିବେ, ଏଥିରେ ଦ୍ୱିମତ ନାହିଁ ।

Get real time updates directly on you device, subscribe now.