fbpx

୪୦୦ ଟଙ୍କାରେ ଗ୍ୟାସ୍ ଓ ସରକାରୀ ଭତ୍ତା ୪ହଜାରକୁ ବୃଦ୍ଧି : ନିର୍ବାଚନୀ ଇସ୍ତାହାରରେ ଘୋଷଣା କଲେ ଏହି ସରକାର 

ହାଇଦ୍ରାବାଦ: ତେଲେଙ୍ଗାନା ପାଇଁ ବିଧାନସଭା ତାରିଖ ଘୋଷଣା ହେବା ପରେ ରବିବାର ଦିନ ଶାସକ ଦଳ ବିଆରଏସ ତରଫରୁ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀ କେସିଆର ଇସ୍ତାହାର ଘୋଷଣା କରିବା ସହ ୪୦୦ ଟଙ୍କାରେ ଗ୍ୟାସ୍ ଦେବାକୁ ଘୋଷଣା କରିଛନ୍ତି । ଏଥିସହିତ ନିୟମିତ ଲୋକମଙ୍ଗଳକାରୀ ଯୋଜନା ତିଆରି କରିବା ସହ ଦଳିତ ବନ୍ଧୁ ଏବଂ କେସିଆର୍ ବୀମା ଯୋଗାଇ ଦିଆଯିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ କହିଛନ୍ତି ।

ଦଳିତ ବନ୍ଧୁ ଯୋଜନା ମାଧ୍ୟମରେ ତେଲେଙ୍ଗାନାର ପ୍ରତି ଦଳିତ ପରିବାରକୁ କୃଷି ଓ ବ୍ୟବସାୟରେ ନିବେଶ କରିବାକୁ ୧୦ ଲକ୍ଷ ଲେଖାଏ ଅନୁଦାନ ମିଳିବ । ସେହିପରି କେସିଆର ବିମା ଯୋଜନା ରାଜ୍ୟର ୯୩ ଲକ୍ଷ ବିପିଏଲ୍ପ ରିବାରକୁ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବିମା ପ୍ରଦାନ କରାଯିବ । ଆସନ୍ତା କିଛି ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ବରିଷ୍ଠ ନାଗରିକ, ବିଧବା ଏବଂ ଭିନ୍ନକ୍ଷମଙ୍କ ପାଇଁ ଭତ୍ତା ୨,୦୧୬ ରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି କେସିଆର୍ ଘୋଷଣା କରିଛନ୍ତି । ସେହିଭଳି ଭିନ୍ନକ୍ଷମଙ୍କ ପାଇଁ ଭତ୍ତା ୬ ହଜାର ହେବ । ଯୋଗ୍ୟ ପରିବାରକୁ ୪୦୦ ଟଙ୍କାର ଗ୍ୟାସ୍ ସିଲିଣ୍ଡର ସହ ୧୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କେସିଆର ଆହୁରି କହିଛନ୍ତି ଯେ, ୨୦୨୩ରେ ପୁଣି ସରକାର ଗଠନ କଲେ ତେଲେଙ୍ଗାନାର ୯୩ ଲକ୍ଷ ବିପିଏଲ ପରିବାରକୁ କେସିଆର ବୀମା ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ । ଆରୋଗ୍ୟ ରକ୍ଷା ଯୋଜନା ଓ ଆରୋଗ୍ୟଶ୍ରୀ ଭୀମ୍ ଯୋଜନାର ରାଶି ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ସେହିପରି ହାଇଦ୍ରାବାଦରେ ୧ଲକ୍ଷ ଡବଲ ବେଡ୍ରୁମ୍ ଘର ନିର୍ମାଣ କରାଯିବ । ଏହି ଘରଗୁଡିକୁ ଭୂମିହୀନମାନଙ୍କୁ ବଣ୍ଟନ କରାଯିବ । ରାଜ୍ୟର ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସରକାର ୧୧୯ ଟି ଆବାସୀୟ ବିଦ୍ୟାଳୟ ନିର୍ମାଣ କରିବାକୁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କେସିଆର୍ । ସୂଚନାଯୋଗ୍ୟ ଯେ, ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବ । ଅଗଷ୍ଟ ମାସରେ ରାଜ୍ୟର ମୋଟ ୧୧୯ ଆସନ ମଧ୍ୟରୁ ୧୧୫ଟିରେ ପ୍ରାର୍ଥୀ ଘୋଷଣା କରିଛି ବିଆରଏସ୍ ।

Get real time updates directly on you device, subscribe now.