fbpx

ଆଉ ୩ ଦିନ ତାତିରୁ ନିସ୍ତାର ନାହିଁ, ୧୮ ରୁ ବଦଳିବ ପାଣିପାଗ !

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ତାତିର ରାଜ । ଉପକୂଳରୁ ଆଭ୍ୟନ୍ତର ସବୁଠି ତାତିର ପ୍ରଭାବ । ପ୍ରଚଣ୍ଡ ଗରମ ସହ ଅସହ୍ୟ ଗୁଳୁଗୁଳି । ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଉପରେ ରହୁଛି ପାରଦ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ଉପକୂଳରେ ଦିନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟାଇଁ ଟାଇଁ ଖରା ହେବା ସହ ତାତି ଅସ୍ତବ୍ୟସ୍ତ କରୁଛି । ମେଘମୁକ୍ତ ଆକାଶ ପାଇଁ ଖରାର ପ୍ରଭାବ ଅଧିକ ରହୁଛି ବୋଲି ପାଣିପାଗ ବିଭାଗ କହିଛି । ଉତ୍ତର- ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ପବନ ଶୀତପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି । ୩୬.୯ ଡିଗ୍ରୀ ସହ ଭଦ୍ରକ ରବିବାର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରର ମାନ୍ୟତା ପାଇଛି ।

ତେବେ ଆସନ୍ତା ୧୮ ତାରିଖରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିବ ବୋଲି କୁହାଯାଉଛି । ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି । ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବାବେଳେ ବିହାରଠାରୁ ଦକ୍ଷିଣ ବାଂଲାଦେଶ ପର୍ଯ୍ୟନ୍ତ ଏକ ଟ୍ରାପ୍ଲା ଇନ୍ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୧୮ ତାରିଖଠାରୁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ୧୯ ତାରିଖରେ ଉତ୍ତର ଓଡ଼ିଶା ସହ ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । ଫଳରେ ତାପମାତ୍ରା ହ୍ରାସ ପାଇବାର ଆଶା କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ହାଲୁକା ବର୍ଷା ହୋଇଥିବାବେଳେ ବଲାଙ୍ଗୀରରେ ୨୨.୬ ମିମି, କଟକ ତିଗିରିଆରେ ୨୨ ମିମି ଏବଂ ବରଗଡ଼ ଓ ବରପାଲିରେ ୧୬ ମିମି ବର୍ଷା ରେକର୍ଡ ହୋଇଛି ।

Get real time updates directly on you device, subscribe now.