fbpx

୬୦୦୦୦୦ କୋଟି ଟଙ୍କାର ମହଙ୍ଗା ଛାଡପତ୍ର: ଜାଣନ୍ତୁ ଏହି ଦମ୍ପତ୍ତିଙ୍କ ବିଷୟରେ..

Advertisement

ନୂଆଦିଲ୍ଲୀ: ସାଧାରଣତଃ ଲୋକେ ବିବାହରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି । ହେଲେ ଆପଣ କେବେ ଶୁଣିଛନ୍ତି କି କିଏ ନିଜ ଛାଡପତ୍ରରେ ଲକ୍ଷ ବା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି? ଏମିତିରେ ଆପଣଙ୍କୁ ଯଦି କେହି ପଚାରେ ଛାଡପତ୍ର କେତେ ମହଙ୍ଗାରେ ହୋଇଥିବ । ତେବେ ଆପଣଙ୍କ ମୁହଁରୁ ୨୦ ବା ୩୦ ଲକ୍ଷ ଟଙ୍କା ଆସିବ! ହେଲେ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ମହଙ୍ଗା ଛାଡପତ୍ର ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ କୋଟି ନୁହେଁ, ଆରବରେ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଆସନ୍ତୁ ଜାଣିବା ସେହି ଦମ୍ପତ୍ତିଙ୍କ ବିଷୟରେ..

ସୂଚନା ଅନୁଯାୟୀ, ୨୦୨୧ ମସିହା ମେ’ ମାସ ୪ତାରିଖ ଦିନ ଆରବପତି ଦମ୍ପତ୍ତି ବିଲ ଗେଟ୍ସ ଏବଂ ମେଲିଣ୍ଡା ଗେଟ୍ସ ଟ୍ୱିଟର ମାଧ୍ୟମରେ ଅଲଗା ହେବା ବିଷୟରେ କହିଥିଲେ । ଯେତେବେଳେ ବିଲ ଗେଟ୍ସ ଛାଡପତ୍ରର ଘୋଷଣା କରିଥିଲେ ସେତେବେଳେ ସମସ୍ତେ ଭରଣପୋଷଣ ଭତ୍ତା ରାଶି ଜାଣିବାକୁ ଚାହୁଁଥିଲେ । କାରଣ ସେ ଦୁନିଆର ସବୁଠାରୁ ଧନୀ ଲୋକ ଥିଲେ । କିନ୍ତୁ ସେତେବେଳେ ବିଲ ଗେଟ୍ସ ଏବଂ ମେଲିଣ୍ଡା ଗେଟ୍ସଙ୍କ ଛାଡପତ୍ର ଭରଣପୋଷଣ ଭତ୍ତାର ଖୁଲାସା ହୋଇନଥିଲା । ହେଲେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ମାଇକ୍ରୋସଫ୍ଟର ସହ-ସଂପାଦକ ବିଲ ଗେଟ୍ସ ନିଜର ପୂର୍ବତନ ପତ୍ନୀ ମେଲିଣ୍ଡାଙ୍କୁ ପର୍ଯ୍ୟାପ୍ତ ପରିମାଣର ଦେୟ କରିଥିଲେ । ସେ ୭୩ ବିଲିୟନ ଆମେରିକା ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୬ ଲକ୍ଷ କୋଟି ଟଙ୍କାର ରାଶି ପ୍ରଦାନ କରିଥିଲେ । ଯେଉଁଥିରେ ସେ ଦୁନିଆର ସବୁଠାରୁ ଧନୀ ମହିଳାଙ୍କ ମଧ୍ୟରୁ ଜଣେ ହୋଇଗଲେ ।

ବିବାହର ୨୭ ବର୍ଷ ପରେ ବିଲ ଗେଟ୍ସ ଏବଂ ମେଲିଣ୍ଡା ଗେଟ୍ସ ସମସ୍ତଙ୍କୁ ଅଲଗା ହେବା ବିଷୟରେ ଘୋଷଣା କରିଥିଲେ। ଫୋର୍ବସ୍ ଅନୁଯାୟୀ, ବିଲ୍ ଗେଟ୍ସଙ୍କ ମୋଟ ମୂଲ୍ୟ ବର୍ତ୍ତମାନ ୧୧୯.୪ ବିଲିୟନ ଡ଼ଲାର୍ ଅଟେ। ମିଳିତ ବିବୃତ୍ତିରେ ଏହି ଦମ୍ପତି ୩ ମଇ ୨୦୨୧ ରେ ଛାଡପତ୍ର ଘୋଷଣା କରିଥିଲେ। ଯେଉଁଥିରେ ଏହା ଲେଖାଯାଇଥିଲା- ‘ଆମ ସମ୍ପର୍କ ଉପରେ ବହୁ ଚିନ୍ତା ଏବଂ ବହୁ ପରିଶ୍ରମ ପରେ, ଆମେ ଆମର ବିବାହ ବନ୍ଧନରେ ନ ରହିବାକୁ ନିଷ୍ପତ୍ତି ନେଇଛୁ। ବିଗତ ୨୭ ବର୍ଷ ମଧ୍ୟରେ, ଆମେ ତିନି ପିଲାମାନଙ୍କୁ ପୋଷଣ କରିଛୁ। ଆମେ ସେମାନଙ୍କ ମୂଳଦୁଆ ଲାଗି ଏକତ୍ର କାର୍ଯ୍ୟ ଜାରି ରଖିବୁ, କିନ୍ତୁ ଆମେ ଆଉ ବିଶ୍ଵାସ କରୁନାହୁଁ ଯେ, ଆମେ ଦମ୍ପତି ଭାବରେ ଆମ ଜୀବନର ପରବର୍ତ୍ତୀ ପର୍ଯ୍ୟାୟରେ ଯାଇପାରିବୁ। ବିଲ୍ ଗେଟ୍ସ ଏବଂ ମେଲିଣ୍ଡା ଗେଟ୍ସ ତିନି ସନ୍ତାନର ପିତାମାତା। ଯାହାର ନାମ ଜେନିଫର ଗେଟ୍ସ, ରୋରୀ ଗେଟ୍ସ ଏବଂ ଫୋବୀ ଗେଟ୍ସ।

 

Get real time updates directly on you device, subscribe now.