fbpx

ରାକ୍ଷସ ବି କରେନି ଏମିତି ଘୃଣ୍ୟ କାର୍ଯ୍ୟ, କବର ଖୋଳିଲେ, ମୃତ ମହିଳାଙ୍କ ସହ ଦୁଷ୍କର୍ମ କଲେ, ପାକିସ୍ତାନର ଦେହଥରା କାରନାମା…

ଓଡିଶା ଭାସ୍କର: ପାକିସ୍ତାନରେ ଜଣେ ଦୁବୃର୍ତ୍ତ ରାକ୍ଷସକୁ ବି ପଛରେ ପକାଇ ଦେଇଛି । ଯୌବନର ଲାଳସାରେ ସେ କରିଛି ସେ ଦେହଥରା କାରନାମା । ସମାଜରେ ଏହି ଦୁବୃର୍ତ୍ତ ସାଜିଛି ରାକ୍ଷସଠୁ ଭି ବଳି । ଖବର ପଢି ଆପଣ କହିବେ ଯେ, ମହିଳାମାନେ କୌଣସି ସ୍ଥାନରେ ବି ସୁରକ୍ଷିତ ନୁହଁନ୍ତି, ଏପରି କି କବରରେ ମଧ୍ୟ ନୁହଁ । ପାକିସ୍ତାନର କରାଚୀରେ ଏମିତି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ଯିଏ କବର ଖୋଲି ମୃତ ମହିଳାଙ୍କ ସହ ଯୌନ ପିପାସା ମେଣ୍ଟାଇବା ପାଇଁ ତାଙ୍କୁ ଦୁଷ୍କର୍ମ କରିଛି ।

ଶବ ସହିତ ରାକ୍ଷସଠୁ ବି ବଳି ଏଭଳି ଆମାନବୀୟ ତଥା ଘୃଣ୍ୟ କାର୍ଯ୍ୟ କରିଥିବା ଅଭିଯୁକ୍ତ ଜଣକଙ୍କ ବୟସ ପ୍ରାୟ ୪୦ ବର୍ଷ ହୋଇଥିବ ବୋଲି ଜଣା ପଡିଛି । ଏହାବାଦ ପୁଲିସକୁ ଏକ ଚାଞ୍ଚଲ୍ୟକର ବୟାନ ମଧ୍ୟ ଦେଇଛି ଦୋଷୀ । ସେ କହିଛି ଯେ ପୂର୍ବରୁ ମଧ୍ୟ ଏଭଳି ଚାରି ଜଣ ମହିଳାଙ୍କ ଶବ ସହ ସେକ୍ସ କରିଛି ।

ପୁଲିସ ସୂତ୍ରରୁ ପ୍ରକାଶ ପାଇଛି ଯେ, ଗତ ୮ ତାରିଖରେ ଦୋଷୀ ପାକିସ୍ତାନର ବାଗ-ଏ-କୋରଙ୍ଗୀ କବରଖାନାରେ ନିଜ ମା’ର ଶବ ପୋତିଥିଲେ । ପରେ ସେ ଜଣେ ମହିଳାଙ୍କ ଶବକୁ କବରରୁ କାଢି ତାହା ସହ ଏଭଳି କଳଙ୍କିତ କାର୍ଯ୍ୟ କରୁଥିଲେ । ସେଠାକାର ସ୍ଥାନୀୟଲୋକ ଉକ୍ତ ଦୋଷୀଙ୍କୁ ଏଭଳି କାମ କରୁଥିବାର ଦେଖିବାକୁ କହିଥିଲେ ।

Get real time updates directly on you device, subscribe now.