fbpx
BSKY SKY
BSKY SKY

‘ମୋ ମାଟି ମୋ ଦେଶ’ ଅଭିଯାନ: ସର୍ବାଧିକ ସେଲଫି ଅପଲୋଡ଼ କରି ସୃଷ୍ଟି କଲେ ନୂଆ ରେକର୍ଡ଼

BSKY

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ମୋ ମାଟି ମୋ ଦେଶ’ ଅଭିଯାନ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଲୋକମାନେ ସୋସିଆଲ ମିଡିଆରେ ସର୍ବାଧିକ ସେଲଫି ଅପଲୋଡ୍ କରି ଏହି ରେକର୍ଡ ସୃଷ୍ଟି କରିଥିଲେ । ଏହି ରେକର୍ଡକୁ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ କରାଯାଇଛି ।

ଏହି ରେକର୍ଡ ପୁଣେର ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟରେ ବୁଧବାର କରାଯାଇଥିଲା। ମାଟି ସହ ୧୦ ଲକ୍ଷ ୪୨ ହଜାର ୫୩୮ ସେଲଫି ନେଇ ବିଶ୍ୱବିଦ୍ୟାଳୟରେ ଏହି ବିଶ୍ୱ ରେକର୍ଡ ସୃଷ୍ଟି ହୋଇଥିଲା । ଏହାପୂର୍ବରୁ ଚୀନ୍ ନାମରେ ସର୍ବାଧିକ ସେଲଫି ନେବା ରେକର୍ଡ ଥିଲା। ଏହି ରେକର୍ଡ ୨୦୧୬ରେ ଚାଇନା ପ୍ରାୟ ଏକ ଲକ୍ଷ ସେଲଫି ସହିତ ଏହି ରେକର୍ଡ କରିଥିଲା । ତେବେ ଭାରତ ଚାଇନାର ଏହି ରେକର୍ଡ଼ ଭାଙ୍ଗି ନୂଆ ରେକର୍ଡ଼ କରିବାରେ ସଫଳ ହୋଇଛି ।

ବୁଧବାର ପୁଣେ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମଧ୍ୟ ଅଂଶଗ୍ରହଣ କରିଥିଲେ।

Get real time updates directly on you device, subscribe now.