fbpx

ଦଳକୁ ଫେରିଲେ ବିଶ୍ୱବିଜେତା ଅଧିନାୟକ: ଦିନିକିଆ ବିଶ୍ୱକପ ଦଳରେ ଅଚାନକ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରୁ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ ଅଧିକାଂଶ ଦେଶ ନିଜ ବିଶ୍ୱକପ ଦଳ ଘୋଷଣା କରିସାରିଛନ୍ତି । ତେବେ ବର୍ତ୍ତମାନ ଏହି ବିଶ୍ୱକପ ଦଳରେ କମବ୍ୟାକ କରିଛନ୍ତି ଜଣେ ବିଶ୍ୱବିଜେତା ଅଧିନାୟକ । ପୂର୍ବରୁ ଦଳକୁ ବିଶ୍ୱକପ୍ ଜିତାଇବାରେ ସେ ସଫଳ ହୋଇ ସାରିଥିବା ବେଳେ ଏବେ ପୁଣିଥରେ ଦଳକୁ ସେ କମବ୍ୟାକ କରୁଛନ୍ତି । ତେଣୁ ଦଳ ଏବେ ଆହୁରି ମଜବୁତ ହୋଇଯାଇଛି ।

ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ । ଏହି ଦଳରେ କମବାକ କରୁଛନ୍ତି ଦଳର ଅଧିନାୟକ କେନ୍ ୱିଲିୟମସନ । ତେବେ ଆଇପିଏଲ ଖେଳିବା ସମୟରେ ଆହତ ହୋଇଥିବା ୱିଲଇୟମସନ ବର୍ତ୍ତମାନ ସୁସ୍ଥ ହୋଇ ପୁଣି ଦଳରେ ସୁଯୋଗ ପାଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ କଠିନ ପରିଶ୍ରମ କରି ନିଜର ଫିଟନେସ ଫେରି ପାଇଛନ୍ତି । ଏହାପରେ କ୍ରିକେଟ ବୋର୍ଡ ତାଙ୍କୁ ବିଶ୍ୱକପ ଦଳରେ ସ୍ଥାନ ଦେଇଛି । ୨୦୧୧ ମସିହା ବିଶ୍ୱକପରେ ମଧ୍ୟ ୱିଲିୟମସନ ଦଳରେ ସାମିଲ ଥିଲେ । ତେବେ ତାଙ୍କ ସହ ଅନ୍ୟତମ ଅଭିଜ୍ଞ ଖେଳାଳି ଟିମ୍ ସାଉଦି ମଧ୍ୟ ଦଳରେ ସୁଯୋଗ ପାଇଛନ୍ତି । ଏହାବ୍ୟତୀତ ଦଳରେ ୬ ଜଣ ନୂଆ ଖେଳାଳି ପ୍ରଥମ ଥର ଭାବରେ ବିଶ୍ୱକପ ଦଳରେ ସ୍ଥାନ ପାଇଛନ୍ତି ।

ତେବେ ୱିକେଟ କିପର ଟମ୍ ଲାଥମଙ୍କୁ ଦଳର ଉପଅଧିନାୟକ ଦାୟିତ୍ୱ ପ୍ରଦାନ କରିଛି କ୍ରିକେଟ ବୋର୍ଡ । ତେବେ ନ୍ୟୁଜିଲାଣ୍ଡ ବିଶ୍ୱକପ ଦଳ ଏଥର ନୂଆ ତଥା ଯୁବ ଖେଳାଳିରେ ଭରି ହୋଇଛି । ମାର୍କ, ଚାପମ୍ୟାନ, ଡିଭନ୍ କନୱେଙ୍କ ସମେତ ଡାରିଲ ମିଚେଲ ଏବଂ ଗ୍ଲେନ ଫିଲିପ୍ସ ଚଳିତ ବର୍ଷ ପ୍ରଥମ ଥର ଦିନିକିଆ ବିଶ୍ବକପ ପାଇଁ ଚୟନ ହୋଇଛନ୍ତି । ଏହାବ୍ୟତୀତ ଦଳରେ ଲକି ଫର୍ଗୁସନ୍, ଜିମି ନୀଶମ, ମିଚେଲ ସାଣ୍ଟନର ଏବଂ ଇସ ସୋଢୀ ମଧ୍ୟ ଟିମରେ ସାମିଲ ରହିଛନ୍ତି ।

ନ୍ୟୁଜିଲାଣ୍ଡର ବିଶ୍ବକପ ଦଳ: କେନ୍ ୱିଲିୟମସନ୍(ଅଧିନାୟକ), ଟମ୍ ଲାଥମ୍(ଉପ ଅଧିନାୟକ), ଟ୍ରେଣ୍ଟ ବୋଲ୍ଟ, ମାର୍କ ଚାପ୍ ମ୍ୟାନ, ଡିଭନ୍ କନୱେ, ଲକି ଫର୍ଗୁସନ, ମ୍ୟାଟ ନେରୀ, ଡ୍ୟାରୀ ମିଚେଲ, ଜିମି ନୀଶମ୍, ଗ୍ଲେନ ଫିଲିପ୍ସ, ରଚିନ୍ ରବିନ୍ଦ୍ର, ମିଚେଲ ସାଣ୍ଟନର, ଇସ ସୋଢୀ, ଟିମ୍ ସାଉଦୀ ଏବଂ ୱିଲ୍ ୟଙ୍ଗ୍ ।

Get real time updates directly on you device, subscribe now.