fbpx

ବିଶ୍ୱର ସିବୁଠୁ ବିଷାକ୍ତ ନଦୀ: ପାଣି ପିଇଥିବା କେହିବି ବଞ୍ଚି ନାହାନ୍ତି

Advertisement

ନୂଆଦିଲ୍ଲୀ: ଦୁନିଆର ଅନେକ ରହସ୍ୟମୟ ହ୍ରଦ ମଧ୍ୟରୁ ଏହା ଗୋଟିଏ । ଏହି ବିପଦଜ୍ଜନକ ହ୍ରଦଟି ହେଉଛି ଦକ୍ଷଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶରେ ରହିଛି । ଏହାର ନାମ ହେଉଛି ଫଣ୍ଡୁଜି ହ୍ରଦ । କୁହାଯାଏ ଯେ ଏହି ହ୍ରଦର ପାଣି ଯିଏ ପିଇଛନ୍ତି ସେ ମରିଯାଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସେଠାକୁ ଯାଉଥିବା ଜଣେ କୁଷ୍ଠରୋଗୀକୁ ସେଠାକାର ଲୋକେ ଖାଦ୍ୟ ଓ ଆଶ୍ରୟସ୍ଥଳକୁ ବାରଣ କରିଥିଲେ । ଏଥିପାଇଁ ସେ ସେହି ଲୋକମାନଙ୍କୁ ଅଭିଶାପ ଦେଇ ସେହି ହ୍ରଦ ମଧ୍ୟରେ ଅଦୃଶ୍ୟ ହୋଇ ଯାଇଥିଲେ ।

ସକାଳୁ ଏହି ହ୍ରଦ ଭିତରୁ ପଶୁ ଓ ଲୋକମାନଙ୍କର ଚିତ୍କାର ଶୁଣିବାକୁ ମିଳିଥାଏ । ଭୂସ୍ଖଳନ ହେତୁ ମୁତାଲି ନଦୀର ପ୍ରବାହ ଅବରୋଧ ହେତୁ ପ୍ରାଚୀନ କାଳରେ ଏହି ହ୍ରଦ ସୃଷ୍ଟି ହୋଇଥିଲା । ଏହି ନଦୀର ଜଳ ସମ୍ପୂର୍ଣ୍ଣ ପରିଷ୍କାର କିନ୍ତୁ ଏହା ପିଇବା ଦ୍ୱାରା ଲୋକେ ପ୍ରାଣ ହରାଇଥାନ୍ତି । କୁହାଯାଏ ଏହାର ସତ୍ୟତା ଜାଣିବା ପାଇଁ ଅନେକ ଥର ଚେଷ୍ଠା କରାଯାଇଥିଲା କିନ୍ତୁ ଅନୁସନ୍ଧାନକାରୀ ମାନେ ବାରମ୍ବାର ବିଫଳ ହୋଇଥିଲେ ।

୧୯୪୬ ମସିହାରେ ଆଣ୍ଡି ଲେଭିନ ନାମକ ଜଣେ ବ୍ୟକ୍ତି ଏହି ହ୍ରଦର ସତ୍ୟତା ଜାଣିଥିଲେ । କିନ୍ତୁ ସେ ସେଠାରୁ ପାଣି ଓ କିଛି ଗଛ ନେଇଯାଇଥିଲେ । ହଠାତ୍ ସେ ରାସ୍ତା ହରାଇଥିଲେ । ଅଧିକାଂଶ ଲୋକ ଏହି ବିଷାକ୍ତ ଜଳ ପଛରେ କିଛି ବିଷାକ୍ତ ଗ୍ୟାସକୁ ଦାୟୀ କରିଥାନ୍ତି । କିନ୍ତୁ ଏହାର କୌଣସି ପ୍ରମାଣ ନାହିଁ ।

Get real time updates directly on you device, subscribe now.