fbpx

ହାଇ ବ୍ଲଡ଼ ପ୍ରେସରକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ୩ଟି ଆୟୁର୍ବେଦିକ ଉପଚାର, ମିଳିବ ଆରାମ

ହାଇ ବ୍ଲଡ଼ ପ୍ରେସର ବା ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର କୁହାଯାଏ । ଏହାର ସାଧାରଣତଃ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ । ଅଧିକାଂଶ ସମୟରେ ହୃଦ୍ ରୋଗ ମଧ୍ୟ ରକ୍ତ ଚାପର କାରଣ ହୋଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଆପଣଙ୍କ ହାର୍ଟ କେତେ ବ୍ଲଡ଼ ପମ୍ପ କରିଥାଏ ତାହା ଉପରେ ହାର୍ଟ ଆଟାକ୍‌ର କାରଣ ହୋଇଥାଏ । ଯଦି ଆପଣ ଏକ ସୁସ୍ଥ ଜୀବନଶୈଳୀ ସହିତ ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରନ୍ତି, ତେବେ ଆପଣଙ୍କର କୌଣସୀ ଔଷଧର ଆବଶ୍ୟକତାକୁ ଏଡ଼ାଇ ପାରିବେ । ତେଣୁ କିଛିଟା ଜିନିଷକୁ ଆଖି ଆଗରେ ରଖି ବିଶେଷ ଭାବରେ ନିଜର ଶରୀରର ଯତ୍ନ ନେଇ ପାରିବା । କିଛି ଘରୋଇ ଉପଚାର ଏବଂ ନିୟମିତ ବ୍ୟାୟାମ ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରାଯାଇପାରିବ। କିଛି ଆୟୁର୍ବେଦିକ ଉପଚାର ଦ୍ୱାରା ରକ୍ତଚାପ ସହଜରେ ନିୟନ୍ତ୍ରଣ କରାଯାଇପାରିବ।

ରସୁଣ :-
ସାଧାରଣତଃ ରସୁଣ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ। ରସୁଣ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର। ଏହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ରସୁଣରେ ଅନେକ ସଲଫର କମ୍ପାଉଣ୍ଡ ଅଛି ଯାହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ରକ୍ତଚାପ ନିୟନ୍ତ୍ରଣ କରିବାରେ ରସୁଣ ଔଷଧ ଭଳି କାମ କରିଥାଏ। ୩୦ ଜଣଙ୍କୁ ନେଇ ହୋଇଥିବା ଏକ ରିସର୍ଚ୍ଚରେ ଜଣାପଡିଥିଲା ଯେ ୬୦୦ ରୁ ୧୫୦୦ ମିଲିଗ୍ରାମ ରସୁଣ ରକ୍ତଚାପ ନିୟନ୍ତ୍ରଣ କରିବାରେ ଔଷଧ ଭଳି ପ୍ରଭାବଶାଳୀ।

ତୁଳସୀ :-
ତୁଳସୀ ଗଛ ସମସ୍ତଙ୍କ ଘରେ ଉପଲବ୍ଧ। ସାଧାରଣତଃ ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ଗଛ ଉପଲବ୍ଧ। ତୁଳସୀରେ ଭଗବାନ ବିଷ୍ଣୁ ବାସ କରନ୍ତି। ସେଥିପାଇଁ ପ୍ରତ୍ୟେକ ହିନ୍ଦୁ ପରିବାରରେ ତୁଳସୀ ଗଛକୁ ପୂଜା କରାଯାଏ। ଘରେ ଘରେ ପୂଜା ପାଉଥିବା ତୁଳସୀ ଅନେକ ଗୁଣକାରୀ। ତୁଳସୀ ଏକ ଆୟୁର୍ବେଦ ଭାବେ ମଧ୍ୟ ବ୍ୟବହାର କରାଯାଏ। ରକ୍ତଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ତୁଳସୀର ଭୂମିକା ରହିଛି। ତୁଳସୀରେ ଆଣ୍ଟି-ଆକ୍ସିଡେଣ୍ଟ ରହିଛି। ଏହା ହୃଦୟରେ କ୍ୟାଲସିୟମର ଗତିକୁ ରୋକିଥାଏ ଯାହା ରକ୍ତନଳୀକୁ ସୁସ୍ଥ ରଖିଥାଏ।

ଧନିଆ ପତ୍ର ବା ପାର୍ସଲେ :-
ଏହା ଆମେରିକା, ୟୁରୋପରେ ବହୁତ ଲୋକପ୍ରିୟ। ଏହା ଖାଦ୍ୟରେ ଫ୍ଲେଭର ଆଡ଼ କରିଥାଏ ଏବଂ ବ୍ୟଞ୍ଜନକୁ ସ୍ୱାଦିଷ୍ଟ ମଧ୍ୟ କରିଥାଏ। ଏଥିରେ ଭିଟାମିନ-ସି ଏବଂ ଡାଏଟାରୀ କାରୋଟିନଏଡ୍ ରହିଛି ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ଏକ କ୍ୟାଲସିୟମ ଚ୍ୟାନେଲ ବ୍ଲକର ଭଳି ମଧ୍ୟ କାମ କରିଥାଏ ଯାହା ରକ୍ତ ବାହିକାକୁ ଆରମ୍ଭ ଦେଇଥାଏ।

Get real time updates directly on you device, subscribe now.