fbpx

୨୪ ମାସର ସର୍ବନିମ୍ନ ସ୍ତରରେ ହୋଲସେଲ୍ ମହଙ୍ଗା ଦର, ଅନ୍ୟପଟେ ତିନି ମାସ ପରେ ପୁଣି ବଢିଲା ଖୁଚୁରା ମୁଦ୍ରାସ୍ପିତି

ନୂଆଦିଲ୍ଲୀ: ମହଙ୍ଗା ମାଡ଼ ମଧ୍ୟରେ ଜନସଧାରଣଙ୍କ ପାଇଁ ଆସିଛି ଖୁସି ଖବର। ଜାନୁଆରୀରେ ହୋଲ୍‌ସେଲ୍ ମହଙ୍ଗା ଦର ହ୍ରାସ ପାଇ ୪.୭୩ ପ୍ରତିଶତ ହୋଇଛି। ମଙ୍ଗଳବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଏହାପୁର୍ବରୁ ଗତ ରିପୋର୍ଟରେ ଏହି ହାର ୪.୯୫ ପ୍ରତିଶତ ଥିଲା।

ଦରଦାମ୍ ନିୟନ୍ତ୍ରଣ କରିବା ପାଇଁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ପ୍ରତିଫଳିତ ହେଉଥିବା ଦେଖିବାକୁ ମିଳିଛି। ଲଗାତାର ଆଠ ମାସ ଧରି ହୋଲସେଲ୍ ମହଙ୍ଗା ହାର ହ୍ରାସ ପାଇଛି। ଗତବର୍ଷ ନଭେମ୍ବର ମାସରେ ହୋଲସେଲ ମହଙ୍ଗା ଦର ୫.୫୮ % ଥିଲା। ଯାହା ଜାନୁଆରୀରେ ହ୍ରାସ ପାଇ ୪.୭୩କୁ ଆସିଛି। ଅର୍ଥାତ୍ ଗତ ଦୁଇ ମାସ ମଧ୍ୟରେ ହୋଲସେଲ୍ ମହଙ୍ଗା ହାର ପ୍ରାୟ ୧ ପ୍ରତିଶତ ହ୍ରାସ ପାଇଛି। ଦରାଦମ୍ ନିୟନ୍ତ୍ରଣ କରିବା ପାଇଁ ନିକଟରେ ଆରବିଆ ରେପୋ ରେଟ୍ ବୃଦ୍ଧି କରିଥିଲା।

ତେବେ ଗତକାଲି ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଜାନୁଆରୀରେ ଖୁଚୁରା ମୁଦ୍ରାସ୍ପିତି ହାର ବଢି ତିନି ମାସର ସର୍ବୋଚ୍ଚ ୬.୫୨% ସ୍ତରରେ ପହଞ୍ଚିଛି। ଯାହା ଡିସେମ୍ବର ମାସରେ ୫.୭୨% ଥିଲା । ସିପିଆଇ ପକ୍ଷରୁ ଜାରି ରିପୋର୍ଟରେ ଏହି ସୂଚନା ମିଳିଛି। ବର୍ଷ ଆରମ୍ଭରୁ ଖୁଚୁରା ମୁଦ୍ରାସ୍ପିତି ବୃଦ୍ଧି ଜନସାଧାରଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇଛି।

Get real time updates directly on you device, subscribe now.