fbpx

WPL 2024: ଘୋଷଣା ହେଲା ସିଡ଼୍ୟୁଲ, ଜାଣନ୍ତୁ କେଉଁଠି ଖେଳାଯିବ ଫାଇନାଲ ମ୍ୟାଚ୍…

Advertisement

ନୂଆଦିଲ୍ଲୀ: Women’s Premier League(WPL)2024ର ସିଡ୍ୟୁଲ ପ୍ରକାଶ ପାଇଛି । ଫେବୃଆରୀ ୨୩ରେ ଆରମ୍ଭ ହେବାକୁ ଥିବା WPLରେ ମୋଟ୍ ୨୨ଟି ମ୍ୟାଚ ଅନୁଷ୍ଠିତ ହେବ । WPLର ଶେଷ ମ୍ୟାଚ୍ ମାର୍ଚ୍ଚ ୧୭ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡ଼ିୟମରେ ଖେଳାଯିବ । ସମସ୍ତ ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ । ତେବେ ମାର୍ଚ୍ଚ ୧୫ରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ଗତ ସିଜିନ୍ ପରି WPL 2024ରେ କୌଣସି ହୋମ୍ ଆୱେ ଫର୍ମାଟ ରହିବ ନାହିଁ ।

WPL 2024ର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁର ଚିନ୍ନସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯିବ । ଗତ ବର୍ଷର ଚମ୍ପିଆନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ପ୍ରଥମ ମୁକାବିଲା ହେବ । ଚଳିତ ସିଜିନରେ କେବଳ ଦିଲ୍ଲୀ ଆଉ ବେଙ୍ଗାଲୁରୁରେ ମ୍ୟାଚ୍ ଅନୁଷ୍ଠିତ ହେବାକୁଥିବା ବେଳେ WPL 2024ର ଫର୍ମାଟ ଗତ ବର୍ଷର ଫର୍ମାଟ ପରି ଅପରିବର୍ତ୍ତିତ ରହିବ । ଏହି ମ୍ୟାଚର ଲିଗ୍ ରାଉଣ୍ଡରେ ୩ଟି ଦଳ ପ୍ଲେ ଅଫ୍ ପାଇଁ କ୍ୟୁାଲିଫାଇ କରିବେ । ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଦଳ ସିଧା ଫାଇନାଲ ମ୍ୟାଚ୍ ପାଇଁ କ୍ୟୁାଲିଫାଇ କରିବ । ସେହିପରି ୨ୟ ଏବଂ ୩ୟ ସ୍ଥାନରେ ରହିଥିବା ଦଳ ମାର୍ଚ୍ଚ ୧୫ରେ ଏଲିମିନେଟର ମ୍ୟାଚ୍ ଖେଳିବେ । ଚଳିତ ସିଜିନ୍ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । କାରଣ ଏଥର କିଛି ନୂଆ ଖେଳାଳୀଙ୍କୁ ମଇଦାନରେ ଦେଖିବାକୁ ମିଳିବ ।

 

 

Get real time updates directly on you device, subscribe now.