fbpx
BJD SKY
BJD SKY

ଟୋକିଓ ଅଲିମ୍ପିକ୍: ସେମିରେ ହାରିଲେ ବଜରଙ୍ଗ, ଏବେ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ

BJD

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକର ୧୫ତମ ଦିବସ । ଆଜି ସେମିଫାଇନାଲରେ ପରାସ୍ତ ହୋଇଛନ୍ତି ଭାରତର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଫଳରେ ଭାରତର ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଆଶା ମଉଳି ଯାଇଛି । ବଜରଙ୍ଗ ତାଙ୍କର ପ୍ରତିପକ୍ଷ ଅଜରବୈଜନର ରେସଲର ହାଜି ଏଲିୟେଭଙ୍କ ଠାରୁ ୫-୧୨ରେ ପରାସ୍ତ ହୋଇଥିବା ଜଣାପଡ଼ିଛି । ତେବେ ଏବେ ମଧ୍ୟ ତାଙ୍କ ପାଖରେ ବ୍ରୋଞ୍ଜ ପଦକ ହାସଲ କରିବାର ସୁଯୋଗ ରହିଛି ।

୬୫ କେଜି ବର୍ଗରେ ପ୍ରତିନିଧିତ୍ୱ କରୁଥିବା ବଜରଙ୍ଗ ପ୍ରଥମ ପିରିୟଡରେ ୧-୨ରେ ପଛରେ ପଡ଼ିଯାଇଥିଲେ । ତିନି ଥର ବିଶ୍ୱ ଚାମ୍ପିୟନ ହାଜିଙ୍କ ବିପକ୍ଷରେ ବଜରଙ୍ଗ କଡ଼ା ପରୀକ୍ଷାର ସମ୍ମୁଖୀନ ହୋଇଥିଲେ । ପୂର୍ବରୁ ୨୦୧୬ ରିୟୋ ଅଲିମ୍ପିକ ଡେବ୍ୟୁରେ ୫୭ କେଜି ବର୍ଗରେ ବଜରଙ୍ଗ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ସେ କିର୍ଗିଜସ୍ତାନର ଅରନାଜର ଅକତାତାଲିଏଭଙ୍କୁ ହରାଇ ରେସଲିଂ କ୍ୱାର୍ଟରରେ ପହଞ୍ଚିଥିଲେ । ତେବେ ସେନେଗାଲର ଆଡମା ଡିଆଟା-କାଜାଖସ୍ତାନର ଡାଉଲେଟ ନିୟାଜବେକୋଭଙ୍କର ମଧ୍ୟରୁ ବିଜେତାକୁ ବଜରଙ୍ଗ ବ୍ରୋଞ୍ଜ ପାଇଁ ଭେଟିବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.