fbpx
BSKY
BJD MC SKY
BJD YOUTH SKY

Wrestlers Protest : ସଂସଦ ଭବନ ଉଦଘାଟନୀ ଦିବସରେ ମହିଳା କୁସ୍ତିଯୋଦ୍ଧାଙ୍କ ଉପରେ ଦିଲ୍ଲୀ ପୋଲିସର କଠୋର ପଦକ୍ଷେପ…

ନୂଆଦିଲ୍ଲୀ : ଗୋଟିଏ ପଟେ ଆଜି ସଂସଦ ଭବନ ଉଦଘାଟନ ହେଉଛି ଏବଂ ଅନ୍ୟ ପଟରେ ଦେଶର ଗର୍ବ ମହିଳା ଯୋଦ୍ଧାଙ୍କୁ ଅସମମ୍ମାନ କରାଯାଉଛି । ଯାହା ସ୍ପଷ୍ଟ ଚିତ୍ର ଆଜି ସମସ୍ତଙ୍କ ସାମ୍ନାରେ ରହିଛି । ଦେଶବାସୀଙ୍କ ପାଇଁ ଐତିହାସିକ ଦିନ, ବିଶେଷ କରି ଶାସକ ଦଳ ବା ବିଜେପି ପାଇଁ ଐତିହାସିକ ଦିନ କହିଲେ କିଛି ଭୁଲ ହେବ ନାହିଁ । କିନ୍ତୁ ଏଭଳି ଏକ ଦିନରେ ମହିଳା ଯୋଦ୍ଧାଙ୍କ ସହ ଏଭଳି ଅମାନବୀୟ ଘଟିବା ନିହାତି ନିନ୍ଦନୀୟ ବୋଲି ସର୍ବସାଧରଣରେ ଚର୍ଚ୍ଚା ହେଉଛି । ସର୍ବଦା ମହିଳା ମାନଙ୍କ ଅଣ୍ଟା ଭିଡୁଥିବା ବା ଟ୍ୱିଟର ଭଳି ସୋସିଆଲ ମିଡିଆରେ ସକ୍ରିୟ ରହି ମହିଳାମାନଙ୍କ ରକ୍ଷକ ସାଜିଥିବା ମୋଦୀ ସରକାର ଆଜି କିଭଳି ଚୁପ୍ ରହିଛନ୍ତି ତାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ଆମେ କହୁଛୁ ଯନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନଙ୍କ ବିଷୟରେ । ଗୋଟିଏ ମାସରୁ ଅଧିକ ସମୟ ଧରି ଧାରଣାରେ ବସିଥିବାବେଳେ ସେମାନଙ୍କ ସମସ୍ୟାର ସମାଧାନ ହେଉନାହିଁ । ଅନେକ ବଡ ବଡ ସମସ୍ୟାର ସମାଧାନ କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ଏହି ମାମଲାରେ ମୁହଁରେ ତୁଣ୍ଡି ଲଗାଇଛନ୍ତି । ଆଜି ନୂଆ ସଂସଦ ଭବନ ଉଦଘାଟନ ସମୟରେ ନିଜ ସମସ୍ୟା ଜାହିର କରିବା କୁସ୍ତି ଯୋଦ୍ଧାମାନେ ସଂସଦ ଆଡକୁ ଯାତ୍ରା ଆରମ୍ଭ କରିଥିଲେ । କୁସ୍ତିଯୋଦ୍ଧାମାନେ ପୋଲିସର ବ୍ୟାରିକେଡ୍ ଭାଙ୍ଗି ଯିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସହ ମୁହଁମୁହିଁ ହୋଇଥିଲେ । ରବିବାର ଦିନ ଜନ୍ତର ମନ୍ତ୍ର ସ୍ଥିତ ବିରୋଧ ସ୍ଥାନରୁ ସେମାନଙ୍କ ତମ୍ବୁ ମଧ୍ୟ ହଟାଇ ଦେଇଛି। ଏହାପୂର୍ବରୁ ବିରୋଧକାରୀ କୁସ୍ତିଯୋଦ୍ଧାମାନେ ସେମାନଙ୍କ ସମର୍ଥକଙ୍କ ସହ ପୋଲିସର ବ୍ୟାରିକେଡ୍ ଭାଙ୍ଗି ନବନିର୍ମିତ ସଂସଦ ଭବନ ଆଡକୁ ଯିବାକୁ ଚେଷ୍ଟା କରିଥିଲେ। ତେବେ ବହୁ ସଂଖ୍ୟାରେ ନିୟୋଜିତ ପୋଲିସ ସେମାନଙ୍କୁ ଅଟକାଇଥିଲା।

ଦିଲ୍ଲୀ ପୋଲିସ ବଜରଙ୍ଗ ପୁଣିଆ ଏବଂ ସାକ୍ସି ମଲିକଙ୍କ ସମେତ ସେମାନଙ୍କ ସମର୍ଥକ ଙ୍କୁ ଗିରଫ କରିଛି । ଗିରଫ ବେଳେ ପୋଲିସ ସେମାନଙ୍କୁ ତଳେ ପକାଇ ମାଡ ମାରିଥିବା ଅଭିଯୋଗ ହୋଇଛି । ଯାହାର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ସଂସଦ ଭବନ ଉଦଘାଟନ ଦିନ ମହିଳାକୁସ୍ତି ଯୋଦ୍ଧାଙ୍କ ପୋଲିିସର ଏହଳି ବ୍ୟବହାରକୁ ନିନ୍ଦା କରାଯାଇଛି ।

Get real time updates directly on you device, subscribe now.