fbpx

ମଣିଷକୁ ଦେଖି ଏଣ୍ଡୁଅ ତା’ର ରଙ୍ଗ ବଦଳାଏ? ଏହା ସମ୍ପୂର୍ଣ୍ଣ ମିଛ, ଜାଣନ୍ତୁ କ’ଣ ରହିଛି ବୈଜ୍ଞାନିକ କାରଣ

ନୂଆଦିଲ୍ଲୀ: ଆମେମାନେ ସମସ୍ତେ ପିଲାବେଳୁ ବାଡ଼ି, ବଗିଚା ଓ ବୃକ୍ଷଲତାରେ ଏଣ୍ଡୁଅ ଦେଖିଛେ । ତେବେ ଏଣ୍ଡୁଅ ଲୋକଙ୍କୁ ଦେଖିବା ପରେ ତା’ର ରଙ୍ଗ ବଦଳାଇଥାଏ ବୋଲି ଆମେ ଭଲ ଭାବେ ଜାଣିଛେ । ଏହି କଥା ଆମେ ବାପା, ମାଆ, ଭାଇ, ଭଉଣୀ, ଗୁରୁଜନ ଓ ସାଙ୍ଗସାଥୀଙ୍କଠାରୁ ଶୁଣି ଆସିଛେ । ଏପରିକି ସୁଯୋଗ ଦେଖି ଏଣ୍ଡୁଅ ନିଜର ରଙ୍ଗ ବଦଳାଏ ବୋଲି ମଧ୍ୟ ଅନେକ କହିଥାନ୍ତି । ତେବେ ଏହା କ’ଣ ପ୍ରକୃତରେ ସତ? ପ୍ରକୃତରେ ମଣିଷକୁ ଦେଖିବା ପରେ ଏଣ୍ଡୁଅ ନିଜର ରଙ୍ଗ ବଦଳାଇ ନଥାଏ । ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି ।

ପ୍ରକୃତ କଥା ହେଉଛି, ତାପମାତ୍ରା ଓ ନିଜର ମୁଡ଼ ହିସାବରେ ଏଣ୍ଡୁଅ ନିଜର ରଙ୍ଗ ବଦଳାଇଥାଏ । ରଙ୍ଗ ବଦଳାଇବା ପଛରେ ଏକ ବୈଜ୍ଞାନିକ କାରଣ ରହିଛି । ଏଣ୍ଡୁଅର ଚର୍ମରେ ଏକ ସ୍ୱତନ୍ତ୍ର ପ୍ରକାରର କ୍ରୋମେଟୋଫାର୍ସ କୋଷିକା ରହିଛି । ଏହା ବ୍ୟତୀତ ତା’ର ଚର୍ମର କୋଷିକାର ଉପର ସ୍ତରରେ ନୈନୋ କ୍ରିଷ୍ଟଲର ଜାଲି ରହିଛି । ସେଥିରେ ଥିବା ପିଗମେଣ୍ଟ ସହାୟତାରେ ନିଜର ଆବଶ୍ୟକତା ମୁତାବକ ଏଣ୍ଡୁଅ ଭିନ୍ନ ଭିନ୍ନ ରଙ୍ଗ ବଦଳାଇ ପାରିଥାଏ ।

ଏଥିସହିତ ନିଜର ସୁରକ୍ଷା ପାଇଁ ମଧ୍ୟ ଏଣ୍ଡୁଅ ମଧ୍ୟ ନିଜର ରଙ୍ଗ ବଦଳାଇଥାଏ । ଯେତେବେଳେ ଏଣ୍ଡୁଅକୁ କିଛି ବିପଦ ଆସିବାର ଆଭାସ ମିଳେ ତେବେ ସେ ଏହି ସୁଯୋଗରେ ରଙ୍ଗ ବଦଳାଇଥାଏ । ଆମ ବିଶ୍ୱରେ ଅନେକ ପ୍ରଜାତିର ପଶୁ, ପକ୍ଷୀ, ସରିସୃପ, କୀଟପତଙ୍ଗ ରହିଛନ୍ତି । ପ୍ରତ୍ୟେକ ଜୀବର ଶାରୀରିକ ଗଠନ ଅନ୍ୟଠାରୁ ଅଲଗା ହୋଇଥିବା ବେଳେ ଆତ୍ମରକ୍ଷା ପାଇଁ ସମସ୍ତଙ୍କ ଠାରେ କିଛି ସ୍ୱତନ୍ତ୍ର ଶକ୍ତି ରହିଥାଏ । ଗୋଟିଏ ବାଘର ଯେପରି ମୁନିଆ ପଞ୍ଝା ସାଙ୍ଗକୁ ଦାନ୍ତ ରହିଥାଏ ସେହିପରି ହାତୀର ବଡ଼ ଶୁଣ୍ଢ ରହିଥାଏ । ବିଭିନ୍ନ ଜୀବଙ୍କ ପରି ଶତ୍ରୁଠାରୁ ନିଜକୁ ବଞ୍ଚାଇବା ପାଇଁ ଏଣ୍ଡୁଅ ରଙ୍ଗ ବଦଳାଇଥାଏ । ଏହା କରିବା ପାଇଁ ତା’ର ଶରୀରରେ ସବୁ ପ୍ରକାରର ବ୍ୟବସ୍ଥା ଜନ୍ମଗତ ଭାବେ ରହିଛି ।

Get real time updates directly on you device, subscribe now.