ଲେଖକ ସଲମାନ ରୁଶିଦଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖକ ସଲମାନ ରୁଶିଦଙ୍କୁ ନ୍ୟୁୟର୍କର ବଫେଲୋ ନିକଟରେ ଚୋଟାଉକ୍ୱା ନିକଟରେ ଛୁରୀ ମାଡ଼ କରାଯାଇଛି । ଲେଖକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବଳେ ତାଙ୍କୁ ମଞ୍ଚରେ ଛୁରାମାଡ଼ ହୋଇଛି ।

ଶୁକ୍ରବାର ସକାଳେ ଲେକଚର ଦେବା ପୂର୍ବରୁ ସିଏଚକ୍ୟୁ ୨୦୨୨ କାର୍ଯ୍ୟକ୍ରମ ପାଇଁ ମଞ୍ଚ ଉପରକୁ ଯିବା ସମୟରେ ଲେଖକଙ୍କ ଉପରକୁ ପ୍ରାଣଘାତୀ ଆକ୍ରମଣ ହୋଇଥିଲା । ତେବେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତିକରାଯାଇଛି ।

୧୯୮୮ ମସିହାରେ ସଲମାନ ରୁଶିଦଙ୍କ ପୁସ୍ତକ ‘ସ ସେଟେନିକ୍ ଭର୍ସେସ’ କୁ ବିବାଦ ହୋଇଥିଲା । ଇରାନରେ ଏହାକୁ ବ୍ୟାନ୍ ମଧ୍ୟ କରାଯାଇଥିଲା । କାରଣ ମୁସଲମାନ ଏହାକୁ ଇଶ୍ୱରଙ୍କ ନିନ୍ଦା କହିଥିଲେ । ଇରାନର ନେତା ଅୟାତୁଲହା ଏନେଇ ଏକ ଫତୱା ମଧ୍ୟ ଜାରି କରିଥିଲେ ।