fbpx

X (ଟ୍ୱିଟର)ରେ ଏବେ ୟୁଜର୍ସଙ୍କୁ ମିଳିଲା ଅଡିଓ ଓ ଭିଡିଓ କଲ୍‌ର ସୁବିଧା, କିପରି ଏନେବଲ କରିବେ ଜାଣିନିଅନ୍ତୁ

Advertisement

ନୂଆଦିଲ୍ଲୀ: ଏବେ ଆପଣ ଏକ୍ସ ବା ଟ୍ୱିଟରରେ ବି ଅଡିଓ ଓ ଭିଡିଓ କଲିଂ କରିପାରିବେ । ଆମେରିକା ଅରବପତି ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କେତେକ ସ୍ୱତନ୍ତ୍ର ଗ୍ରାହକଙ୍କୁ ଏହି ସୁବିଧା ପ୍ରଦାନ କରିଛି । ମସ୍କ କହିଛନ୍ତି ଖୁବ୍ ଶୀଘ୍ର ଏହି ସୁବିଧା ଅନ୍ୟ ଗ୍ରାହକଙ୍କୁ ବି ମିଳିଯିବ ।

ମସ୍କଙ୍କ ଚେଷ୍ଟା ରହିଛି ଏକ୍ସକୁ ‘ଏଭ୍ରିଥିଙ୍ଗ ଆପ୍‌’ ଭାବରେ ପ୍ରସ୍ତୁତ କରିବା ଅର୍ଥାତ୍ ଏଥିରେ ଏକ ସଙ୍ଗେ ଅନେକ ଫିଚରର ସୁବିଧା ମିଳିବ । ଏହି କ୍ରମରେ ଜଣେ ୟୁଜର ନିଜର ଏକ୍ସ ଆକାଉଣ୍ଟରେ ଏହାର ନୂଆ ଅଡିଓ ଓ ଭିଡିଓ କଲିଂ ଫିଚର ଏନବଲ୍ କରିବାର ଉପାୟ କହିଛନ୍ତି । ଏହି ପୋଷ୍ଟକୁ କୋଟ୍ କରି ମସ୍କ କହିଛନ୍ତି ଏହା ଏକ୍ସରେ ଅଡିଓ ଓ ଭିଡିଓ କଲିଂ ଫିଚରର ୟାର୍ଲି ଭର୍ସନ ।

ଯେଉଁ ୟୁଜର୍ସଙ୍କୁ ନୂଆ ଫିଚର ମିଳିଯାଇଛି ସେମାନେ ସିଧା ମେସେଜ୍ ସେକ୍ସନକୁ ଯାଇ ଏହାକୁ ଏନେବଲ କରିପାରିବେ । ୟୁଜର୍ସ ସେଟିଂରେ ପ୍ରାଇଭେସୀ ଓ ସେଫ୍ଟୀ ସେକ୍ସନ ଓ ସିଧା ମେସେଜେସକୁ ଯିବା ପରେ ନୂଆ ବିକଳ୍ପ ଦେଖାଯିବ । ଏଠାରେ Enable Audio and Video calling ସାମ୍ନାରେ ନଜର ଆସୁଥିବା ବିକଳ୍ପକୁ ଏନେବଲ କରିବାକୁ ହେବ । ଏହାପରେ ୟୁଜର୍ସ ସ୍ଥିର କରିବ କି ତାଙ୍କୁ କିଏ ଏକ୍ସରେ କଲ୍ କରିପାରିବ । ଏହି ଫିଚର ଉପଯୋଗ କରିବା ଲାଗି ୟୁଜର୍ସଙ୍କୁ ତାଙ୍କର ଫୋନ୍ ନମ୍ବର ସେୟାର କରିବାକୁ ପଡିବ ନାହିଁ ।

Get real time updates directly on you device, subscribe now.