fbpx

ପଣସ ଖାଇବା ପରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଜିନିଷ : ଜାଣନ୍ତୁ ଏହାର କ୍ଷତି

Advertisement

ଓଡ଼ିଶା ଭାଷ୍କର : ଅଧିକାଂଶ ଲୋକ ପଣସ ଖାଇବାକୁ ଭଲ ପାଆନ୍ତି । ଏହା ଖାଇବାକୁ ଅଧିକ ସ୍ୱାଦିଷ୍ଟ ଏବଂ ପୃଷ୍ଟିକର ଅଟେ । କେତେକ ଲୋକ ପଣସକୁ ପାଚିଲା ଖାଆନ୍ତି ତ ଅନ୍ୟ କେତେ ଜଣ କଞ୍ଚା ଖାଆନ୍ତି । ଏଥିରେ ପୋଟାସିୟମ, ଆୟରନ, କ୍ୟାଲସିୟମ, ଜଙ୍କ, ଭିଟାମିନ-ସି ଏବଂ ଏ  ଅଧିକ ମାତ୍ରାରେ ମିଳିଥାଏ । ଯାହାକି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉତ୍ତମ ଅଟେ । କିନ୍ତୁ ଆପଣ ଜାଣିଛନ୍ତି କି ପଣସ ଖାଇବା ପରେ କିଛି ଜିନିଷ ଖାଇବା ଉଚିତ ନୁହେଁ । ପଣସରୁ ଅକ୍ସାଲେଟ ନାମକ ଏକ ରାସାୟନିକ ଯୌଗିକ ମିଳୁଛି, ଯାହାକି କିଛି ଖାଦ୍ୟ ପଦାର୍ଥ ସହ ମିଶି ଆମ ଶରୀରକୁ କ୍ଷତି ପହଞ୍ଚାଇ ଥାଏ । ତେବେ ଆସନ୍ତୁ ଜାଣିବା ପଣସ ଖାଇବା ପରେ କ’ଣ ଖାଇବା ଆଦୌ ଉଚିତ ନୁହେଁ ।

ଅମୃତଭଣ୍ଡା : ପଣସ ଖାଇବା ପରେ ଅମୃତଭଣ୍ଡା ଖାଇବା ଆଦୌ ଉଚିତ ନୁହେଁ । ପଣସରେ ଅକ୍ସାଲେଟ ନାମକ ଏକ ରାସାୟନିକ ଯୌଗିକ ରହିଛି । ଅକ୍ସଲେଟ ଭଣ୍ଡାରେ ଥିବା କ୍ୟାଲସିୟମରୁ ରିୟାକ୍ସନ କରି କ୍ୟାଲସିୟମ ଅକ୍ସଲେଟ ହୋଇଯାଏ । ଏହା କ୍ୟାଲସିୟମର ଅବଶୋଷଣ କ୍ଷମତାକୁ କମାଇ ଦେଇଥାଏ । ଯାହା ଦ୍ୱାରାକି ହାଡ଼ର ଅଧିକ କ୍ଷତି ହୋଇଥାଏ । ଏଥିଯୋଗୁଁ ପଣସ ଖାଇବାର ୨-୩ ଘଣ୍ଟା ପରେ ଅମୃତଭଣ୍ଡା ଖାଇବା ଉଚିତ ।

ପାନ : ଅଧିକାଂଶ ଲୋକ ଖାଦ୍ୟ ଖାଇବା ପରେ ପାନ ଖାଆନ୍ତି । ପାନ ଖାଇବା ଦ୍ୱାରା ହଜମ ଭଲ ଭାବରେ ହୋଇଥାଏ । କିନ୍ତୁ ପଣସ ଖାଇବା ପରେ ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ପନ୍ଧୀୟ ସମସ୍ୟା ହୋଇ ପାରେ । ପଣସରେ ଥିବା ଅକ୍ସଲେଟ ପାନ ସହ ମିଶି ରିୟାକ୍ସନ କରିବେ । ଏଥିଯୋଗୁଁ ପଣସ ଖାଇବାର କିଛି ଘଣ୍ଟା ପରେ ପାନ ଖାଇବା ଉଚିତ ।

କ୍ଷୀର : ପଣସ ଖାଇବା ପରେ କ୍ଷୀର ପିଇବା ଆଦୌ ଉଚିତ ନୁହେଁ । ପଣସ ଖାଇବା ପରେ କ୍ଷୀରକୁ ପିଇବା ଦ୍ୱାରା ମୁହଁରେ ଧଳା ଦାଗ ବା ଛଉ ଏବଂ ଅନ୍ୟାନ୍ୟ ସମସ୍ୟା ହୋଇ ପାରେ । କାରଣ ପଣସରେ ଥିବା ଅକ୍ସଲେଟ ଏବଂ କ୍ଷୀରରୁ ମିଳୁଥିବା କ୍ୟାଲସିୟମ ମିଶି ଶରୀରରେ ରିୟାକ୍ସନ କରିଥାନ୍ତି । ଏଥିପାଇଁ ପଣସ ଖାଇବା ପରେ କ୍ଷୀର ପିଇବା ଆଦୌ ଉଚିତ ନୁହେଁ ।

Get real time updates directly on you device, subscribe now.