fbpx

ନୂଆ ରିସର୍ଚ୍ଚରେ ବଡ଼ ଦାବି: ଦୁର୍ବଳ ସ୍ପର୍ମ କାଉଣ୍ଟ ଥିବା ପୁରୁଷମାନେ ମଧ୍ୟ ହୋଇପାରିବେ ବାପା, କିନ୍ତୁ…

Advertisement

ବାପା ହେବା ଏବଂ ନିଜ ପରିବାରକୁ ଆଗକୁ ନେବା ପୁରୁଷମାନଙ୍କ ପାଇଁ ଏକ ବଡ଼ ସ୍ୱପ୍ନଠାରୁ କମ୍ ନୁହେଁ । କିନ୍ତୁ ଅନେକଥର କିଛି ଦମ୍ପତି ଏଥିରେ ସଫଳତା ହୁଅନ୍ତି ନାହିଁ । ଚିକିତ୍ସା ଦୃଷ୍ଟିରୁ ବନ୍ଧ୍ୟାକରଣ ବା ଇନଫଟିଲିଟୀ ଏହା ପଛରେ ସବୁଠାରୁ ବଡ କାରଣ ବୋଲି ବିବେଚନା କରାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆଜିକାଲି ପୁରୁଷମାନଙ୍କ ମଧ୍ୟରେ ଇନଫଟିଲିଟୀ ସମସ୍ୟା ବହୁତ ଦେଖାଯାଉଛି । ଯଦି ଆମେ ଏହାକୁ ଡାକ୍ତରୀ ଭାଷାରେ ବୁଝଇବା, ତେବେ ଏହାର ଅର୍ଥ ପୁରୁଷମାନଙ୍କରେ ସ୍ପର୍ମ କାଉଣ୍ଟ କମ୍ ହେବା ବା ବିଲକୁଲ ନହେବା । ତେବେ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଦୁର୍ବଳ ସ୍ପର୍ମ କାଉଣ୍ଟ ଥିବା ପୁରୁଷମାନେ ମଧ୍ୟ ପିତା ହୋଇପାରିବେ ।

ମେଡିକାଲ୍ ଲାଇଫ୍ ସାଇନ୍ସରେ ପ୍ରକାଶିତ ଏକ ରିସର୍ଚ୍ଚ ଅନୁଯାୟୀ, ଅନେକ ମାମଲାରେ କମ୍ ପ୍ରଜନନ କ୍ଷମତା ରଖୁଥିବା ପୁରୁଷମାନେ ମଧ୍ୟ ପିଲା ଜନ୍ମ କରିବାରେ ସଫଳ ହୋଇପାରନ୍ତି, ଯଦି ସେମାନଙ୍କର ମହିଳା ସାଥୀ ସୁସ୍ଥ । ତଥାପି ଏହି ଅଧ୍ୟୟନରେ ପୁରୁଷ ଇନଫଟିଲିଟୀକୁ ଭଲ ଭାବରେ ବୁଝିବାକୁ କୁହାଯାଇଛି ।

ପୁରୁଷମାନଙ୍କ ମଧ୍ୟରେ ଇନଫଟିଲିଟୀ ସମସ୍ୟା ହେତୁ ଗର୍ଭଧାରଣ କରିବା ସମ୍ଭବ ନୁହେଁ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ପୁରୁଷମାନଙ୍କ ମଧ୍ୟରେ ବନ୍ଧ୍ୟାକରଣ ସମସ୍ୟାକୁ ଠିକ୍ ସମୟରେ ଚିହ୍ନଟ କରିବା ଏବଂ ଏହାର ଚିକିତ୍ସା କରିବା ଜରୁରୀ ।

ଅନୁସନ୍ଧାନରେ କ’ଣ ସାମ୍ନାକୁ ଆସିଲା ?
ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ପୁରୁଷମାନଙ୍କ ମଧ୍ୟରେ ଇନଫଟିଲିଟୀ ବୃଦ୍ଧି ହେବାର ଅନେକ କାରଣ ଅଛି । ଏଗୁଡ଼ିକରେ ପରିବେଶର ପରିବର୍ତ୍ତନ ସହିତ ଅନେକ କାରଣ ଅନ୍ତର୍ଭୁକ୍ତ । ଅବଶ୍ୟ, ପୁରୁଷମାନଙ୍କ ମଧ୍ୟରେ ଇନଫଟିଲିଟୀର ସମସ୍ୟାକୁ ଦୂର କରିବା ପାଇଁ ମେଡିକାଲ୍ ଆସିଷ୍ଟଡ୍ ରିପ୍ରଡକ୍ସନ (ଏମଏଆର) ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି । ଏହା ଏକ ପ୍ରକାର ଚିକିତ୍ସା ପ୍ରଣାଳୀ, ଯାହା ଦ୍ୱାରା ପୁରୁଷମାନଙ୍କର ଦୁର୍ବଳ ସ୍ପର୍ମ କାଉଣ୍ଟକୁ ଶକ୍ତିଶାଳୀ କରାଇଥାଏ ।

ପୁରୁଷମାନେ କ’ଣ କରିବା ଉଚିତ୍?
ପୁରୁଷମାନଙ୍କ ମଧ୍ୟରେ ଇନଫଟିଲିଟୀ ର ଚିକିତ୍ସା କରିବା ପୂର୍ବରୁ ଡାକ୍ତର ସମ୍ପୂର୍ଣ୍ଣ ମେଡିକାଲ ହିଷ୍ଟ୍ରି ଜାଶିଥାଏ, ଯାହା ଆଧାରରେ ଆପଣଙ୍କୁ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ଅସ୍ତ୍ରୋପଚାର କରିବା ପୂର୍ବରୁ ସ୍ପର୍ମ କାଉଣ୍ଟରେ ସୁଧାର ଆଣିବା ପାଇଁ ପ୍ରାକୃତିକ ପଦ୍ଧତିଗୁଡିକ ଅନୁସରଣ କରିବାକୁ ପରାମର୍ଶ ଦିଆଯାଏ ।

ଏହି ଅଭ୍ୟାସଗୁଡ଼ିକ ଦାୟୀ :-

ମୋଟାପଣ – ପୁରୁଷମାନଙ୍କ ମଧ୍ୟରେ ମୋଟାପଣ ମଧ୍ୟ ଏକ କାରଣ । ଏହି କାରଣରୁ ଆଣ୍ଡ୍ରୋଜେନ୍ ଏବଂ ଟେଷ୍ଟୋଷ୍ଟେରନ୍ ର ମେଟାବୋଲିଜିମ୍ ମଧ୍ୟ ମନ୍ଥର ହୋଇଯାଏ । ଏଗୁଡ଼ିକ ହେଉଛି ହରମୋନ୍ ଯାହା ପୁରୁଷମାନଙ୍କଠାରେ ପ୍ରଜନନ ଶକ୍ତି ବଢ଼ାଇଥାଏ ।

ବୟସ ମଧ୍ୟ ଏକ କାରଣ – ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁ ଦମ୍ପତିଙ୍କ ବୟସ ୩୫ ବର୍ଷରୁ ଅଧିକ, ସେମାନଙ୍କୁ ଗର୍ଭଧାରଣ କରିବାରେ ଅସୁବିଧା ହୋଇଥାଏ । ୩୫ ପରେ ଉଭୟ ପୁରୁଷ ଏବଂ ମହିଳାଙ୍କ ବାୟୋଲୋଜିକାଲ କ୍ଲକ୍ ପ୍ରଭାବିତ ହୁଏ । ଏହା ବ୍ୟତୀତ ଧୂମପାନ ଏବଂ ମଦ ପିଇବା ମଧ୍ୟ ଏହାର କାରଣ ।

Get real time updates directly on you device, subscribe now.