fbpx

ଇତିହାସ ରଚିଲା ଭାରତ: ଏସୀୟ ପାରା କ୍ରୀଡ଼ାରେ ଜିତିଲା ସର୍ବାଧିକ ପଦକ, ଭାଙ୍ଗିଲା ସମସ୍ତ ପୂର୍ବ ରେକର୍ଡ

Advertisement

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ଚତୁର୍ଥ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୬୪ରେ ପହଞ୍ଚିବା ସହିତ ସେଥିରେ ୧୫ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୯ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ତେବେ ଚଳିତ ହାଙ୍ଗଝୋଉ ଏସୀୟ ପାରା କ୍ରୀଡ଼ାରେ ଭାରତ ଇତିହାସ ରଚିଛି । ୭୩ରୁ ଅଧିକ ଜିତି ଭାରତ ଗତ ୨୦୧୮ର ଇଣ୍ଡେନୋସିଆର ଜାକର୍ତ୍ତା ସଂସ୍କରଣର ସର୍ବଶ୍ରେଷ୍ଠ ପ୍ରଦର୍ଶକୁ ଅତିକ୍ରମ କରିଯାଇଛି । ଗତ ସଂସ୍କରଣରେ ଭାରତ ସର୍ବାଧିକ ୧୫ଟି ସ୍ୱର୍ଣ୍ଣ ଜିତିଥିବା ବେଳେ ଚଳିତ ସଂସ୍କରଣରେ ଭାରତୀୟ କ୍ରୀଡ଼ାବିତମାନେ ବର୍ତ୍ତମାନ ସୁଦ୍ଧା ୧୮ଟି ସ୍ୱର୍ଣ୍ଣ ଜିତିସାରିଲେଣି । ସେହିପରି ଜାକର୍ତ୍ତାରେ ଭାରତୀୟ କ୍ରୀଡ଼ାବିତମାନେ ଜିତିଥିବା ୭୨ଟି ପଦକ ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିବା ବେଳେ ଭାରତ ବର୍ତ୍ତମାନ ସୁଦ୍ଧା ୭୮ଟି ପଦକ ଜିତିସାରିଲାଣି ।

ଚଳିତ ଇଭେଣ୍ଟରେ ଭାରତୀୟ କ୍ରୀଡ଼ାବିତମାନେ ଭିନ୍ନ ଭିନ୍ନ ବର୍ଗରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି । ଆଗକୁ ଏହି ପଦକ ସଂଖ୍ୟା ଆହୁରି ବୃଦ୍ଧି ପାଇବ । ଚଳିତ ବର୍ଷ ଏହି ଇଭେଣ୍ଟରେ ମୋଟ ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗନେଉଥିବା ବେଳେ ସେଥିମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଇଣ୍ଡୋନୋସିଆର ଜାକର୍ତ୍ତା ସଂସ୍କରଣରେ ଭାରତର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.