fbpx

ସାଓମି, ଆପଲ୍ ଓ ସାମସଙ୍ଗ, ଜାଣନ୍ତୁ ନମ୍ବର-୧ରେ ରହିଛି କେଉଁ ସ୍ମାର୍ଟଫୋନ୍ କମ୍ପାନୀ

ନୂଆଦିଲ୍ଲୀ: ଗ୍ଲୋବାଲ୍ ସ୍ମାର୍ଟଫୋନ୍ ସିପମେଣ୍ଟ୍ କୁ ନେଇ ରିସର୍ଚ୍ଚ ଫର୍ମ କାନାଲିସ୍ (ଉବଦ୍ଭବକ୍ଷଚ୍ଚଗ୍ଦ)ର ଏକ ରିପୋର୍ଟରେ ସାଓମିକୁ ତୃତୀୟ ସ୍ଥାନ ମିଳିଛି । ଦ୍ୱିତୀୟରେ ରହିଛି ଆପଳ୍ ସ୍ମାର୍ଟଫୋନ୍ ଓ ପ୍ରଥମ ସ୍ଥାନରେ ରହିଛି ସାମସଙ୍ଗ୍ । ସ୍ମାର୍ଟଫୋନ୍ ସିପମେଣ୍ଟ କଥା ଯଦି କହିବା ତେବେ ସାମସଙ୍ଗ ଏବେ ଦୁନିଆର ନମ୍ବର-୧ ସ୍ମାର୍ଟଫୋନ୍ କମ୍ପାନୀ ହୋଇଯାଇଛି । ତେବେ ଏହି ଆକଳନ ୨୦୨୧ର ପ୍ରଥମ ତ୍ରଇମାସର ହୋଇଥିବା ଜଣାପଡ଼ିଛି । ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଗ୍ଲୋବାଲ୍ ସ୍ମାର୍ଟଫୋନ୍ ସିପମେଣ୍ଟ୍ ୬ ପ୍ରତିଶତ କ୍ଷତି ହୋଇଛି । ଏହାର କାରର ହେଉଛି ଚିପ୍ ର ଅଭାବ । ଚିପ୍ ନିର୍ମାତା କମ୍ପାନୀ ମାନେ ଚିପ୍ ର ମୁଲ୍ୟ ବଢ଼ାଇଛନ୍ତି । ତେଣୁ ଆଗାମୀ ସମୟରେ ସ୍ମାର୍ଟଫୋନ୍ ର ଦାମ୍ ବୃଦ୍ଧି ହୋଇପାରେ ।

ତ୍ରଇମାସରେ ସ୍ମାର୍ଟଫୋନ୍ ବଜାରରେ ସାମସଙ୍ଗର ଭାଗୀଦାର୍ ୩୩ ପ୍ରତିଶତ ରହିଛି । ଯାହା ଫଳରେ ଏହା ନମ୍ବର ୱାନ୍ ସ୍ମାର୍ଟଫୋନ୍ ହୋଇଯାଇଛି । ସେହିପରି ଆପଲ୍ କୁ ତ୍ରଇମାସରେ ୩ ପ୍ରତିଶତ ଲାଭ ହୋଇଛି । ଯାହାଫଳରେ ଏହା ଦ୍ୱିତୀୟରେ ରହ୍ରିଛି । ଆପଲ୍ ର ମାକେର୍ଟ ସେୟାର୍ ୧୫ ପ୍ରତିଶତ ହୋଇଥିବା ବେଳେ ସାଓମିର ୧୪ ପ୍ରତିାତ ରହିଛି । ଭିଭୋ ସ୍ମାର୍ଟଫୋନ୍ ୧୦ ପ୍ରତିଶତ ସହିତ ୪ର୍ଥ ନମ୍ବରରେ ରହିଥିବା ବେଳେ ଓପ୍ପୋ ୧୦ ପ୍ରତିାତ ସହିତ ୫ମ ନମ୍ବରରେ ରହିଛି ।

ରିପୋର୍ଟ ଅନୁସାରେ, ଆପଲ୍ ର ସଫଳତା ପଛରେ ରହିଛି ୫ଜି ସପୋର୍ଟ ଆଇଫୋନ୍ । ଏହି କ୍ରମରେ ଆଇଫୋନ୍ ୧୨ ଓ ଆଇଫୋନ୍ ୧୩ ଦୁଇଟି ଯାକ ମୋବାଇଲ୍ ୫ଜି ନେଟୱର୍କ ସହିତ ବଜାରରେ ଉପଲବ୍ଧ ହେଉଛି । ଏହି ଦୁଇଟି ସ୍ମାର୍ଟଫୋନ୍ ମଡେଲ୍ ର ବିକ୍ରି ଗ୍ଲୋବାଲ୍ ସ୍ତରରେ ଖୁବ୍ ଭଲ ରହିଛି । ଏହା ପୂର୍ବରୁ ଚଳିତ ବର୍ଷ ଜୁନ୍ ରେ ପ୍ରଥମ ଥର ସାଓମି ନମ୍ବର ୱାନ୍ ସ୍ମାଟଫୋନ୍ ହୋଇପାରିଥିଲା । ମେ ମାସ ତୁଳନାରେ ଜୁନ୍ ୨୦୨୧ ରେ ସାଓମି ର ବିକ୍ରି ୨୬ ପ୍ରତିଶତ ବୃଦ୍ଧି ହୋଇଛି ।

Get real time updates directly on you device, subscribe now.