fbpx
BJD SKY
BJD SKY

୯୦୦ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରିଲା ଜାଓମି, ଜାଣନ୍ତୁ କାହିଁକି ଏପରି କରିଲା..

BJD

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ବର୍ତ୍ତମାନ ସବୁ କମ୍ପାନୀ ମାନ ଗତି କରୁଛି । ତେବେ ଏହି ତାଲିକାରରେ ମଧ୍ୟ ଚାଇନାର ମୋବାଇଲ କମ୍ପାନୀ ଜାଓମି ରହିଛି । ସୂଚନା ମିଳିଛି ଯେ ଜାଓମି ବର୍ତ୍ତମାନ ତାର କର୍ମଚାରୀ ମାନଙ୍କୁ ଛଟେଇ କରିଛି । ପାଖାପାଖି ୯୦୦ ଜଣ କର୍ମଚାରୀ ମାନଙ୍କୁ ଛଟେଇ କରିଛନ୍ତି । ଜାଓମିର ରାଜସ୍ୱ ହ୍ରାସ ହେବା ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ତେବେ ଏହି କମ୍ପାନିଙ୍କୁ କେତେ କ୍ଷତି ହୋଇଛି ଏହାର କୌଣସି ରିପୋର୍ଟ କମ୍ପାନୀ ପ୍ରକାଶ କରି ନାହାନ୍ତି ।

ସାଉଥ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟର ଏକ ରିପୋର୍ଟରେ ପ୍ରକାଶ କରାଯାଇଛି ଯେ ଜାଓମି ତାର କମ୍ପାନୀର ୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଛି । ଏହାର କାରଣ କମ୍ପାନୀ ତରଫରୁ କିଛି ପ୍ରକାଶ କରାଯାଇନାହିଁ କିନ୍ତୁ ଯାହା ଆଶା କରାଯାଉଛି କମ୍ପାନୀ ବର୍ତ୍ତମାନ ତାର ଲକ୍ଷ୍ୟରେ ପହଞ୍ଚିବାରେ ଟିକିଏ କଷ୍ଟ କରୁଛି । ଯାହା ଫଳ ସ୍ୱରୁପ ସେ ତାର ମାସିକ ଲକ୍ଷ୍ୟ ହାସଲ କରିବାରେ ୨୦ ପ୍ରତିଶତ କ୍ଷତି ସହିଛି ।

ସୂଚନାମୁତାବକ ଜୁନ ୩୦ ସୁଦ୍ଧା ଜାଓମିରେ ୩୨,୮୬୯ କର୍ମଚାରୀ କାର୍ଯ୍ୟ କରୁଥିଲେ । ସେଥିମଧ୍ୟରୁ ଚୀନର ବେଜିଂ ସ୍ଥିତ ମୁଖ୍ୟାଳୟରେ ୩୦,୧୧୦ ଜଣ କାର୍ଯ୍ୟ କରୁଥିଲେ । ଅବଶିଷ୍ଟ ଭାରତ ଏବଂ ଇଣ୍ଡୋନେସିଆରେ କାର୍ଯ୍ୟ କରୁଥିଲେ ।ସୁତ୍ରରୁ ପ୍ରକାଶ ବିଶ୍ୱର ମୁନ୍ରାସ୍ଫୀତିରେ ବୃଦ୍ଧି,ବୈଦେଶିକ ମୁଦ୍ରା ପରିବର୍ତ୍ତନ ଆଦି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହା ସହିତ ସାମଗ୍ରିକ ବଜାରରେ ଏହାର ଚାହିଦା ଉପରେ ଏହି ସବୁ ସମସ୍ୟାର ପ୍ରଭାବ ଅଧିକ ପଡିବାରୁ ଜାଓମି ଏଭଳି କରିଛି ।

Get real time updates directly on you device, subscribe now.