fbpx
BSKY
BJD MC SKY
BJD YOUTH SKY

ରିଲିଜ ହେଲା ‘Yaariyan 2’ ର ପ୍ରଥମ ପୋଷ୍ଟର : ଫିଲ୍ମରେ ଦିବ୍ୟାଙ୍କ ସହ ନଜର ଆସିବେ ଏହି ଦୁଇ ଅଭିନେତା

ମୁମ୍ବାଇ : ଏବେ ବଲିଉଡରେ ଅନେକ ଫିଲ୍ନର ଟିଜର ରିଲିଜ ହେଉଛି । ଗଦର-୨, ଙଗଏ-୨ ପରେ, ବର୍ତ୍ତମାନ ‘Yaariyan 2’ କୁ ନେଇ ଚର୍ଚ୍ଚା ଜୋରସୋରରେ ଚର୍ଚ୍ଚା ଚାଲିଛି । ୨୦୧୪ରେ ରିଲିଜ ହୋଇଥିବା ରକୁଲ ପ୍ରୀତ ସିଂ ଏବଂ ହିମାଂଶୁ କୋହଲି ଅଭିନୀତ ‘Yaariyan’ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା । ଦିବ୍ୟା ଖୋସଲା କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ବହୁତ ଆୟ କରିଥିଲା ।

ବର୍ତ୍ତମାନ ୟାରିୟାଁ ୨ର ପ୍ରଥମ ପୋଷ୍ଟର ରିଲିଜ ଡେଟ ସାମ୍ନାକୁ ଆସିଛି । ନିକଟରେ ଟି-ସିରିଜ ଏହାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରିଛି । ପୋଷ୍ଟରରେ ଦିବ୍ୟା ଖୋସଲା କୁମାର ସହ ଗୋଟିଏ ପଟେ ମିଜାନ ଜାଫ୍ରି ଓ ଅନ୍ୟ ପଟେ ପଲ୍ ଭି ପୁରୀ ନଜର ଆସିଛନ୍ତି । ଏହି ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ରକ୍ତ ସମ୍ପର୍କୀୟ, ପସନ୍ଦ ଅନୁଯାୟୀ ବନ୍ଧୁ’ ।

ଏହି ଫିଲ୍ମର ଟିଜର ଭିଡିଓ ଅଗଷ୍ଟ ୧୦ରେ ରିଲିଜ କରିବ । ଏହା ସହିତ ଅକ୍ଟୋବର ୨୦ରେ ଫିଲ୍ମଟି ମୁକ୍ତିଲାଭ କରିବ । ପ୍ରାୟ ୯ ବର୍ଷ ପୂର୍ବ ପ୍ରଥମ ପାର୍ଟରେ ହିମାଂଶୁ କୋହଲି ସହ ରକୁଲ ପ୍ରୀତ ସିଂ ମୁଖ୍ୟ ଭୂମିକାରେ ଦେଖାଯାଇଥିଲେ । ଯାହା ଦ୍ୱାରା ଦର୍ଶକଙ୍କ ବହୁତ ଭଲ ପାଇବା ମିଳିଥିଲା ।

 

View this post on Instagram

 

A post shared by T-Series (@tseries.official)

Get real time updates directly on you device, subscribe now.