fbpx

ନିର୍ମାଣ ହେବାକୁ ଯାଉଛି ନୁତନ ସହର; ରିସର୍ଟ, ରିଭର୍ ଫ୍ରଣ୍ଟ, ଲାଇଟ୍ ସାଉଣ୍ଡ ସୋର ମିଳିବ ସୁବିଧା

ନୁଆଦିଲ୍ଲୀ, ୮|୪ (ଓଡିଶା ଭାସ୍କର) : ନିର୍ମାଣ ହେବାକୁ ଯାଉଛି ନୁଆ ସହର । ଯେଉଁଠାରେ ଆପଣ ମାନେ ପାଇବେ ଆଶ୍ରମ, ହୋଟେଲ୍, ରିସର୍ଟ ଏବଂ ନଦୀ କୁଳର ସୁବିଧା । ଏସବୁ ସହିତ ଆଡଭେଞ୍ଚରର ମଧ୍ୟ ଭରପୁର ମଜା ନେଇ ପାରିବେ । ତେବେ ଆପଣ ମାନେ ଜାଣିଛନ୍ତି କି ଏହି ସହର କେଉଁଠି ବସିବାକୁ ଯାଉଛି । ଏହି ସହର ନିର୍ମାଣ ହେବାକୁ ଯାଉଛି ଯମୁନା ଏକ୍ସପ୍ରେସ-ୱେ ନିକଟରେ ଯଥା ମଥୁରାରେ । ଏହାକୁ ଯମୁନା ଏକ୍ସପ୍ରେସ୍ ଅଥରିଟି ତିଆରି କରିବାକୁ ଯୋଜନା କରୁଛନ୍ତି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା । ମଥୁରା ଏକ ଐତିହାସିକ ଧାର୍ମିକ ସ୍ଥଳୀ ହୋଇଥିବାରୁ ସେଠାରେ ଏହି ନୁଆ ସହର ନିର୍ମାଣ କରାଗଲେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଭ୍ରମଣ ଉଦ୍ଦେଶ୍ୟରେ ଆସିବେ ।

ଯୋଜନା ଅନୁସାରେ, ନିର୍ମାଣ ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ସହରରେ ଆଶ୍ରମ, ହୋଟେଲ୍, ରିସର୍ଟ ଏବଂ ନଦୀ କୁଳର ବ୍ୟବସ୍ଥା ହେବ । ଏହାସହ ରେଷ୍ଟୁରାଣ୍ଟର ସୁବିଧା ହେବ । ସେଠାରେ ପର୍ଯ୍ୟଟକଙ୍କ ପାଇଁ ରହଣୀର ସୁବିଧା ମଧ୍ୟ କରାଯିବ । ଆହୁରି ମଧ୍ୟ ଏଠାରେ ମ୍ୟୁଜିୟମ୍ ଏବଂ ଲାଇଟ୍ ଆଣ୍ଡ ସୋ ହେବ । ଏହି ଲାଇଟ୍ ସୋ ଜରିଆରେ କୃଷ୍ଣଲୀଳାକୁ ପ୍ରଦର୍ଶନ କରାଯିବ । ନୁଆ ସହରରେ ପ୍ରଭୁ ଶ୍ରୀ କୃଷ୍ଣଙ୍କର ଦ୍ୱାପରକାଳୀନ ଇତିହାସକୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ଦେଖାଯିବ ଏବଂ ନିର୍ମିତ ମ୍ୟୁଜିୟମ୍ ରେ ପ୍ରଭୁ ଶ୍ରୀ କୃଷ୍ଣଙ୍କର ସମ୍ପୂର୍ଣ୍ଣ ଇତିହାସକୁ ପାଞ୍ଜଳ ଭାବେ ଦେଖାଯିବ ।

ତେବେ ଯମୁନା ଏକ୍ସପ୍ରେସ୍ ଅଥରିଟି ନୁଆ ସହରର ପ୍ରୋଜେକ୍ଟ ରିପୋର୍ଟ ତିଆରି କରିବାକୁ ଆମେରିକୀ କମ୍ପାନୀ ସିବିଆରଇ କୁ ଚୟନ କରିଛି । ଏହାପରେ କମ୍ପାନୀ ପକ୍ଷରୁ ଏକ ଡ୍ରାଫ୍ଟ ରିପୋର୍ଟ ଅଥରିଟିଙ୍କୁ ହସ୍ତଗତ କରାଯାଇଛି । ଏବେ ଏହି ରିପୋର୍ଟ କୁ ମଞ୍ଜୁରୀ ପାଇଁ ୟୁପି ସରକାରଙ୍କ ପାଖକୁ ପଠାଈଛନ୍ତି ଅଥରିଟି । ମଞ୍ଜୁରୀ ମିଳିବା ପରେ ହିଁ ସହର ବିକଶିତ କରିବା କ୍ଷେତ୍ରରେ ଆଗକୁ ବଢ଼ିବେ ଅଥରିଟି ଟିମ୍ ।

 

 

Get real time updates directly on you device, subscribe now.