fbpx

ଉତ୍ତର ପ୍ରଦେଶ ସରକାରଙ୍କ ବଡ ଘୋଷଣା: ଡିୟୁ- ଜେଏନୟୁରେ ପଢିପାରିବେ ମଦ୍ରାସା ଛାତ୍ର

ଉତ୍ତର ପ୍ରଦେଶ ସରକାରଙ୍କ ବଡ ଘୋଷଣା , ରାଜ୍ୟରେ ଥିବା ୧୭ ହଜାର ମଦ୍ରାସା ଏବଂ ସେଥିରେ ପାଠ ପଢୁଥିବା ପ୍ରାୟ ୩ ଲକ୍ଷ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ମିଳିବ ସୁଯୋଗ । କାରଣ ଯୋଗୀ ସରକାର ଘୋଷଣା କରିଛନ୍ତି ଇଣ୍ଟରମିଡିଏଟ, କାମିଲ ପରୀକ୍ଷା ଦେଇଥିବା ଛାତ୍ର, ଏବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଡମିସନ କରିପାରିବେ ଏବଂ ନିଜ ଉଚ୍ଚଶିକ୍ଷା ଜାରି ରଖିପାରିବେ ।
ଏହା ଛଡା ମଦ୍ରାସାର ଛାତ୍ରମାନେ ଭାରତୀୟ ସେନାରେ ଯୋଗଦେଇ ଦେଶର ସେବା କରିପାରିବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତରପ୍ରଦେଶ ମଦ୍ରାସା ବୋର୍ଡ, Council of Board of School Education in India  ରେ ପଞ୍ଜୀକରଣ କରିବାକୁ ପଡିବ । ଏହାପରେ ମଦ୍ରାସା ବୋର୍ଡ ଛାତ୍ର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇପାରିବେ ।
ୟୁପି ବୋର୍ଡର ଜଣେ ସଦସ୍ୟଙ୍କ ସୂଚନା ଅନୁସାରେ ପ୍ରତିବର୍ଷ ମଦ୍ରାସା ରୁ ଲକ୍ଷ ଲକ୍ଷ ଛାତ୍ର ପାଶ କରିଥାନ୍ତି । ସେମାନଙ୍କ ପାଖରେ ମାର୍କ ସିଟ ଥାଇ ମଧ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନଙ୍କ ନାମଲେଖାଇ ପାରୁନାହାଁନ୍ତି । କାରଣ ବର୍ତ୍ତମାନ ମଦ୍ରାସା ବୋର୍ଡ Council of Board of School Education in India  ରେ ପଞ୍ଜୀକୃତ ହୋଇନାହିଁ ।
ଏଠାରେ ପଢୁଥିବା ଛାତ୍ର କେନ୍ଦ୍ର ସରକାରଙ୍କ କୌଣସି ସରକାରୀ କ୍ଷେତ୍ରରେ କାର୍ଯ୍ୟ କରିପାରୁନାହାନ୍ତି । ସେମାନେ ସେନାରେ ମଧ୍ୟ ଭାଗ ନେଇ ପାରୁନାହାନ୍ତି । ଯୋଗୀ ସରକାର ଏହି ଚାରି ବର୍ଷ ମଧ୍ୟରେ ମଦ୍ରାସା ପାଇଁ ବେଶ ପଦକ୍ଷେପ ନେଇଛନ୍ତି । ଯାହାର ପ୍ରଭାବ ମଦ୍ରାସା ବୋର୍ଡ ଉପରେ ଦେଖିବାକୁ ମିଳିଛି । ମଦ୍ରାସାକୁCouncil of Board of School Education in India   ରେ ପଞ୍ଜୀକୃତ କରିବା ସରକାରଙ୍କ ଏକ ବଡ ପଦକ୍ଷେପ ।
ସୂଚନାଥାଉକି ଏଥିପାଇଁ ପ୍ରକିୟା ଆରମ୍ଭ ହୋଇସାରିଛି । ଖୁବ ଶୀଘ୍ର ମଦ୍ରାସା ବୋର୍ଡI ରେ ପଞ୍ଜୀକୃତ ହେବା ନେଇ ଆଶା କରାଯାଉଛି । ଯାହା ମଦ୍ରାସା ବୋର୍ଡ ପାଇଁ ଏକ ବଡ ଉପଲବ୍ଧି ହେବ ।
ଏହା ପୂର୍ବରୁ ଯୋଜଗୀ ସସରକାର ମଦ୍ରାସା ମାନଙ୍କରେ ଏନସିଆରଟି ପୁସ୍ତକ ପଢାଇବା ନିୟମ ଲାଗୁ କରିଥିଲା । ଯାହାଦ୍ୱାରା ପିଲାମାନଙ୍କୁ ଆଧୁନିକ ଶିକ୍ଷା ମଧ୍ୟ ମଳିପାରିବ ।
ଏହାଛଡା ପ୍ରଦେଶ ସରକାର ନିୟମିତ ଭାବରେ ମଦ୍ରାସା ବୋର୍ଡର ପରୀକ୍ଷା ଉପରେ ଗୁରୁତ୍ୱ ଦେଇଛି ଯାହାଦ୍ୱାରା ପିଲାମାନେ ଠିକ ସମୟରେ ଉଚ୍ଚଶିକ୍ଷା ପାଇଁ ଆବେଦନ କରିପାରିବେ । ଏଥିପାଇଁ ମଦ୍ରାସା ବୋର୍ଡର ପରୀକ୍ଷା ଫେବୃଆରୀ ମାସରେ କରାଯାଇଥିଲା ।

Get real time updates directly on you device, subscribe now.