fbpx
BJD SKY
BJD SKY

କିଭଳି ବାପା! ନିଜର ୩ ବର୍ଷୀୟ ପୁଅକୁ କରିଦେଲା ବିକ୍ରି, ସେହି ଟଙ୍କାରେ କଲା ମଦ ପାର୍ଟି

BJD

ମୁମ୍ବାଇ: ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବାପା ମଦ ପାଇଁ ନିଜର ୩ ବର୍ଷୀୟ ପୁଅକୁ ବିକ୍ରି କରିଦେଇଛି । ମହାରାଷ୍ଟ୍ରର ତାଲୁକା ଅଞ୍ଚଳର ଜଣେ ଶିଶୁକୁ ନିଜ ଜନ୍ମ କଲା ବାପା ମଦ ପାଇଁ ତେଲେଙ୍ଗାନାର ଅଦିଲାବାଦରେ ବିକ୍ରି କରିଦେଇଛି । ପୋଲିସ ପିତାଙ୍କ ବିରୋଧରେ ମାମଲା ରୁଜୁ କରି ଦୁଇଜଣଙ୍କୁ ଗିରଫ କରିଛି ।

ଏହି ମାମଲାରେ ଶିଶୁଟିର ମାଆ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । କୁହାଯାଉଛି ଯେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂପର୍କ ନଥିଲା । ସେଥିପାଇଁ ସେ ଗତ ମାସରୁ ଅଲଗା ରହୁଥିଲେ । ଏହାରି ମଧ୍ୟରେ ମଦ ପିଇବା ପାଇଁ ବାପା ତା ଜନ୍ମ କଲା ୩ ବର୍ଷୀୟ ପୁଅକୁ ବିକ୍ରି କରିଦେଲା । ଶିଶୁର ମାଆ କେସ କରିବାରୁ ପୋଲିସ ପିତା ସହିତ ଯିଏ ପୁଅକୁ କିଣିଥିଲା ତାକୁ ଗିରଫ କରିଛି ।

ମାତା-ପିତା ଅଲଗା ରହୁଥିବା ସମୟରେ ସେହି ୩ ବର୍ଷୀୟ ଶିଶୁ ବାପାଙ୍କ ପାଖେ ରହୁଥିଲା । ଏହି ବିକ୍ରି କରିବା କଥା ଶିଶୁର ମାଆ ଜାଣି ପୋଲିସ ଷ୍ଟେସନରେ ଏଫଆଇଆର ଦେଇଥିଲା । କୁହାଯାଉଛି ଯେ, ପିତା ଜଣକ ନିଜର ୨ସାଙ୍ଗ ସହ ମିଶି ଏହି ବିକ୍ରି କରିବା ଯୋଜନା କରିଥିଲା ଏବଂ ବିକ୍ରି ପରେ ସେମାନେ ଏକ ମଦ ପାର୍ଟୀ କରିଥିଲେ । ବର୍ତ୍ତମାନ ସେହି ୨ ଜଣ ଫେରାର ଅଛନ୍ତି । ପୋଲିସ ଏହି ଖବର ପାଇ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Get real time updates directly on you device, subscribe now.