ଏହି ଦିନ ଲାଗିବ ୨୦୨୫ର ପ୍ରଥମ ସୂର୍ଯ୍ୟ ଗ୍ରହଣ, ଘଟିବାକୁ ଯାଉଛି ବଡ଼ ପରିବର୍ତ୍ତନ

ଏଥରର ସୂର୍ଯ୍ୟ ଗ୍ରହଣ ଖୁବ୍ ମହତ୍ୱପୂର୍ଣ୍ଣ । ଜାଣନ୍ତୁ ଏହା ସମ୍ପର୍କରେ ଅଧିକ ତଥ୍ୟ ।

ଓଡ଼ିଶା ଭାସ୍କର: ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଖୁବ୍ ଶୀଘ୍ର ଲାଗିବାକୁ ଯାଉଛି । ଧାର୍ମିକ ଦୃଷ୍ଟିରୁ ସୂର୍ଯ୍ୟ ଗ୍ରହଣର ବହୁତ ମହତ୍ୱ ରହିଛି ।

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଆସନ୍ତା ମାର୍ଚ୍ଚ ମାସରେ ଲାଗିବାକୁ ଯାଉଛି । ଚଳିବ ବର୍ଷର ସୂର୍ଯ୍ୟ ଗ୍ରହଣ ବିଶେଷ ମହତ୍ୱପୂର୍ଣ୍ଣ କାରଣ ଏହି ଦିନ ଶନି ଦେବ ନିଜ ରାଶି ପରିବର୍ତ୍ତନ କରିବେ ।

ଆଉ ଅଳ୍ପ ଦିନ: ମାର୍ଚ୍ଚ ୨୯ ତରାରିଖରେ ଲାଗିବାକୁ ଯାଉଛି ପ୍ରଥମ ସୂର୍ଯ୍ୟ ଗ୍ରହଣ । ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟ ଗ୍ରହଣ ୨ଟା ୨୦ ମିନିଟରେ ଆରମ୍ଭ ହେବ । ସନ୍ଧ୍ୟା ୬ଟା ୧୬ ମିନିଟରେ ସମାପ୍ତ ହେବ । ପାଖାପାଖି ୩ଘଣ୍ଟା ୫୩ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ଗ୍ରହଣ ଲାଗି ରହିବ ।

ଦେଖିହେବ ସୂର୍ଯ୍ୟ ଗ୍ରହଣ: ଏହି ସୂର୍ଯ୍ୟ ଗ୍ରହଣ ଏକ ଆଂଶିକ ସୂର୍ଯ୍ୟ ଗ୍ରହଣ । ଏହାକୁ ଦେଖିହେବ । ସୂର୍ଯ୍ୟ ଗ୍ରହଣ ଉତ୍ତର-ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା ଏବଂ ଉତ୍ତର-ପୂର୍ବ ଭାଗ, ୟୁରୋପ ଏବଂ ପୂର୍ବ ଋଷରେ ଦେଖାଯିବ । ହେବାକୁ ଥିବା ସୂର୍ଯ୍ୟ ଗ୍ରହଣକୁ କାନାଡା, ପର୍ତ୍ତୁକାଲ, ସ୍ପେନ୍, ଆୟରଲ୍ୟାଣ୍ଡ, ଫ୍ରାନ୍ସ ୟୁନାଇଟେଡ୍ କିଙ୍ଗଡମ୍ ଡେନମାର୍କରେ ଦେଖାଯିବ ।

ଭାରତ ସମେତ ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଆଫଗାନିସ୍ତାନ, ଫିଜି, ମରିଶସରେ ଦେଖାଯିବ ନାହିଁ । ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଭାରତରେ ଦେଖାଯିବ ନାହିଁ । ସେ କାରଣରୁ ଭାରତରେ ସୁତକ କାଳ ମାନିବାକୁ ପଡ଼ିବ ନାହିଁ ବୋଲି କୁହାଯାଉଛି ।