fbpx

ରାଜ୍ୟରେ ପ୍ରବଳ ବର୍ଷା: ଆଜିପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆଜି ପାଇଁ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ନୟାଗଡ଼, ବୌଦ୍ଧ ଓ କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ତେବେ ମୌସୁମୀଜନିତ ନିମ୍ନ ଚାପରେଖା ଶନିବାର ଦିନ କୋଟା, ଦାମୋ, ପେନ୍ଦ୍ରା ରୋଡ୍‌, ‌ଗୋପାଳପୁର ଦେଇ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହା ପ୍ରଭାବରେ ଶନିବାର ଦିନ ସାରା ରାଜ୍ୟରେ ବର୍ଷା ହୋଇଥିବା ବେଳେ ଆସନ୍ତା ୨ଦିନ ବି ଲାଗି ରହିବ। କିନ୍ତୁ ଆଜି ଓ ୨୫ ତାରିଖ ଦିନ ବର୍ଷାର ପ୍ରଭାବ କମ୍‌ ରହିବ। ୨୬ ତାରିଖ ପରେ ପାଗ ଖୁଖିଲା ଓ ଖରାଟିଆ ରହିବ। ମୌସୁମୀ ପ୍ରାୟ ସ‌ପ୍ତାହେ ପର୍ଯ୍ୟନ୍ତ ରାଜ୍ୟରୁ ଗାଏବ୍‌ ହୋଇଯିବ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.