fbpx

ରାଜ୍ୟରେ ଘନ କୁହୁଡି ଓ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ, ଜାଣନ୍ତୁ କେଉଁ ଜିଲ୍ଲାକୁ ଚେତାବନୀ?

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଘନ କୁହୁଡି ଓ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ନଭେମ୍ବର ୨୨ରୁ ୨୩ ମଧ୍ୟରେ ଘନ କୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୬ଟି ଜିଲ୍ଲା ହେଉଛି- ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନୟାଗଡ ।

ନଭେମ୍ବର ୨୩ରୁ ୨୪ ତାରିଖ ପାଇଁ ୭ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାରେ ଘନ କୁହୁଡି ହେବାର ଆଶଙ୍କା ରହିଛି । ସେହି ୭ଟି ଜିଲ୍ଲା ମଧ୍ୟରେ ସାମିଲ ଅଛି-କନ୍ଧମାଳ, ମୟୂରଭଞ୍ଜ,ଅନୁଗୁଳ, କଳାହାଣ୍ଡି, ଗଜପତି, ରାୟଗଡା, ଢେଙ୍କାନାଳ ।

ସେହିପରି ରାଜ୍ୟରେ ବର୍ଷା ପାଇଁ ମଧ୍ୟ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ନଭେମ୍ବର ୨୫ରୁ ୨୬ ପାଇଁ ୩ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହି ୩ଟି ଜିଲ୍ଲାଗୁଡିକ ହେଉଛି- କୋରାପୁଟ, ଗଜପତି ଓ ରାୟଗଡ ।

ନଭେମ୍ବର୨୬ରୁ ୨୭ରେ ୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଜପତି ଓ ରାୟଗଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହା ସହ ନଭେମ୍ବର ୨୬ରୁ ୨୭ରେ ୫ ଜିଲ୍ଲା ଯଥା- କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.