fbpx

ବଲିଉଡ ଫିଲ୍ମରେ ଡେବ୍ୟୁ କରିବେ ହ୍ରିତିକ୍ ରୋଶନଙ୍କ ସୁନ୍ଦରୀ ଭଉଣୀ

ଆଜିକାଲି ବଲିଉଡ୍ ସିନେମା ଜଗତରେ ଷ୍ଟାର କିଡ୍ସ ଯୁଗ ଦେଖିବାକୁ ମିଳୁଛି । କିଏ ଫିଲ୍ମରେ ଧମାକେଦାର ଏଣ୍ଟ୍ରି କରିଛିି ତ ଆଉ କିଏ ଡେବ୍ୟୁ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହାରି ମଧ୍ୟରେ ଆଉ ଏକ ନୂଆ ଏଣ୍ଟ୍ରି ବିଷ:ୟରେ ଖୁଲାସା ହୋଇଛି । ସେ ଆଉ କେହି ନୁହନ୍ତି, ବରଂ ଅଭିନେତା ହ୍ରିିତିକ୍ ରୋଶନଙ୍କ ସମ୍ପର୍କୀୟ ଭଉଣୀ ପାଶମିନା । ଖୋଦ୍ ହ୍ରିତିକ ନିଜ ଭଊଣୀର ପରିଚୟ ସହିତ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ରୋଶନ ପରିବାର ପକ୍ଷରୁ ଆଉ ଏକ ଏଣ୍ଟ୍ରି ହେବାକୁ ଯାଉଛି ବୋଲି ସେ ଘୋଷଣା କରିଛନ୍ତିି । ଏହା ସହ ପାଶମିନାଙ୍କ ପାଇଁ ସେ କେତେ ଯେ ଗର୍ବିତ, ତାହା ମଧ୍ୟ ହ୍ରିତିକ୍ କହିଛନ୍ତି ।

Click here

ତେବେ ହ୍ରିତିକ୍ ନିଜ ଅଫିସିଆଲ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ପାଶମିନାଙ୍କ ବିଷୟରେ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ପାଶମିନାଙ୍କ ଅନେକ ଗ୍ଲାମରସ୍ ଓ ଷ୍ଟାଇଲିସ୍ ଫଟୋ ମଧ୍ୟ ସେ ସେୟାର କରିଛନ୍ତି । ପୋଷ୍ଟକୁ ନେଇ ଲୋକଙ୍କ ଅନେକ ପ୍ରତିକ୍ରିୟା ମିଳିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ ବେଶ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.