fbpx

୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ !

ଭୁବନେଶ୍ୱର, ୩ା୧(ଓଡ଼ିଶା ଭାସ୍କର): ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୧୧ଜିଲ୍ଳା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଳାଗୁଡ଼ିକ ହେଉଛି କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ଅନୁଗୁଳ, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ । ଆଜି ସୋନପୁରରେ ସର୍ବାଧିକ ୩୧.୨ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ୧୮.୯ ଓ ବଲାଙ୍ଗୀରରେ ୧୫.୬ମିମି ବର୍ଷା ହୋଇଥବବା ରେକର୍ଡ଼ କରାଯାଇଛି । ସୁନ୍ଦରଗଡ଼ରେ ଜିଲ୍ଲାରେ ସର୍ବନିମ୍ନ ୧୦ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ଼ କରାଯାଇଛି । ୫ତାରିଖ ବେଳକୁ ଆକାଶ ମେଘମୁକ୍ତ ହେବା ସାଙ୍ଗକୁ ଥଣ୍ଡାର ପ୍ରକୋପ ବଢ଼ିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.