fbpx

ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇ ଅଟକ

ପିପିଲି, ୩ା୧(ଓଡ଼ିଶା ଭାସ୍କର): ପୁଣି ଖାକି ବର୍ଦ୍ଦିରେ କଳଙ୍କ । ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ । ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇ ଅଟକ ରଖାଯାଇଥିବା ସୂଚନା ମିଳିଛି । ଏଏସଆଇ ଚିତରଞ୍ଜନ ଦାଶଙ୍କୁ ଅଟକ ରଖି ପିପିଲି ଏସଡ଼ିପିଓ ପଚରାଉଚରା କରୁଥିବା ଜଣାପଡ଼ିଛି । ପାରିବାରିକ କଳହ ସମାଧାନ କରାଇଦେବାକୁ କହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ନିଜ ବାସଭବନକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.