fbpx

ଆଗକୁ ବର୍ଷିବ ନିଆଁ: ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Advertisement

ଭୁବନେଶ୍ୱର, ୨୭ା୩ (ଓଡିଶା ଭାସ୍କର): ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲାରେ ଅଧିକ ହିଟ୍ ଅନୁଭୂତ ହେବ । ତେଣୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୭ ତାରିଖରୁ ୨୯ ତାରିଖ ମଧ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଗରମ ଲାଗି ରହିବ ବୋଲି କୃଷି ଓ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଗତକାଲି ଭୁବନେଶ୍ୱର, ମାଲକାନଗିରି, ନୟାଗଡ଼ ଓ ବୌଦ୍ଧ ଆଦି ୪ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଛୁଇଁଥିଲା । ଏଥିସହ ଟିଟିଲାଗଡ଼, ସୋନପୁର, ବଲାଙ୍ଗିର, ତାଳଚେର, ହୀରାକୁର ଆଦି ଅଞ୍ଚଳରେ ୩୯ ଡିଗ୍ରୀ ରହିଥିଲା । । ୩୦ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନାରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ସହ ଧୂଳିଝଡ଼ ଆଶଙ୍କା ରହିଥିବା କୁହାଯାଇଛି ।

Get real time updates directly on you device, subscribe now.