fbpx

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡ଼ି ସାଂସଦ

ନୂଆଦିଲ୍ଲୀ, ୧୧ା୩: ୟେସ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ପ୍ରସଙ୍ଗକୁ ନେଇ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ବିଜେଡ଼ି ସାଂସଦ । ନୂଆଦିଲ୍ଲୀରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡ଼ି ସାଂସଦ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଛନ୍ତି । ସାଂସଦ ଅଚ୍ୟୁତ ସାମନ୍ତ, ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକ ଏଥିରେ ସାମିଲ ଥିବା ଜଣାପଡ଼ିଛି । ଜଗନ୍ନାଥଙ୍କ ଟଙ୍କା ଫେରାଇବା ଲାଗି ସେମାନେ ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

Get real time updates directly on you device, subscribe now.