fbpx

ବିଚ୍ ରାସ୍ତାରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଦୃଶ୍ୟ ସିସିଟିଭିରେ କଏଦ

ଭୁବନେଶ୍ୱର, ୧୧ା୩(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ପୁରୁଣା ଭୁବନେଶ୍ୱର ସ୍ଥିତ ଅଞ୍ଚଳରେ ବିଚ୍ ରାସ୍ତାରେ ଜନୈକ ମହିଳାଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ସେଠାରେ ସେ ମହିଳା ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ବିଧା, ଗୋଇଠା ମାରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହି ଘଟଣା ଜମିଜମା ବିବାଦକୁ ନେଇ ମହିଳାଙ୍କୁ ଆକ୍ରମଣ ହୋଇଥିବା ସୂଚନା ରହିଛି । ଏହି ଘଟଣାକୁ ନେଇ ମହିଳା ଜଣଙ୍କ ଲିଙ୍ଗରାଜ ଥାନାରେ ଏତଲା ମଧ୍ୟ ରୁଜୁ ହୋଇଛି । ମହିଳାଙ୍କ ଏତଲା ରୁଜୁ ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.