fbpx
BJD SKY
BJD SKY

ଏହି ବ୍ୟାଙ୍କ ବଢାଇଲା ଏଫ୍‌ଡି ଉପରେ ସୁଧହାର, ଦେଖନ୍ତୁ ଏସ୍‌ବିଆଇ ଓ ଅନ୍ୟ ବ୍ୟାଙ୍କ ତୁଳନାରେ କେତେ ଅଧିକ ରହିଛି

BJD

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଦେଇଛି ବଡ ଉପହାର । ବ୍ୟାଙ୍କ ଏଫ୍‌ଡି ଉପରେ ସୁଧହାର ବୃଦ୍ଧି କରିଛି । ବ୍ୟାଙ୍କ ୨ କୋଟିରୁ କମ୍ ଏଫ୍‌ଡି ଉପରେ ସୁଧହାର ବୃଦ୍ଧି କରିଛି । ବ୍ୟାଙ୍କ ୭ ଦିନରୁ ଆରମ୍ଭ କରି ୧୦ ବର୍ଷ ମଧ୍ୟରେ ମାଚ୍ୟୁର ହେଉଥିବା ଏଫ୍‌ଡି ଉପରେ ସୁଧହାର ବୃଦ୍ଧି କରି ଏହାକୁ ୩.୨୫ରୁ ୭.୭୫ କରି ଦେଇଛନ୍ତି । ତେବେ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କ ପାଇଁ ଏଥିରେ ୦.୦୫% ଅଧିକ ସୁଧ ଘୋଷଣା କରିଛି ।

ବ୍ୟାଙ୍କ ପକ୍ଷରୁ ସାଧାରଣ ନାଗରିକଙ୍କୁ ୧ ବର୍ଷର ଏଫଡି ଉପରେ ୭.୨୫% ସୁଧ ଓ ୧୮ରୁ ୨୪ ମାସ ଏଫଡି ଉପରେ ୭.୭୫% ସୁଧ ପ୍ରଦାନ କରାଯାଉଛି । ଏହି ନୂଆ ସୁଧ ହାର ୨୧ ନଭେମ୍ବର ୨୦୨୩ରୁ ଲାଗୁ ହେବ । ଅନ୍ୟ ବ୍ୟାଙ୍କର ତୁଳନା କଲେ ଆଇସିଆଇସିଆଇ ବ୍ୟାଙ୍କ ୭ ଦିନରୁ ୧୦ ବର୍ଷରେ ମାଚ୍ୟୁର ହେଉଥିବା ଏଫଡି ଉପରେ ୩%ରୁ ୭.୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି । ସେହିପରି ଏଚଡିଏଫସି ବ୍ୟାଙ୍କ ୩%ରୁ ୭.୨୦% ପର୍ଯ୍ୟନ୍ତ ସୁଧ ଦେଉଛି । ଦେଶର ବୃହତ୍ତ ବ୍ୟାଙ୍କ ସମଧରଣର ନିବେଶ ଉପରେ ୩ରୁ ୭.୧% ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ।

Get real time updates directly on you device, subscribe now.