fbpx

ରଶ୍ମିକାଙ୍କ ପରେ ଏବେ ଡିପ୍ ଫେକର ଶିକାର ହେଲେ ଆଲିଆ ଭଟ୍ଟ, AI ବଢାଉଛି ଚିନ୍ତା

ନୂଆଦିଲ୍ଲୀ: ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ ଏବଂ କାଜଲ ଅଗ୍ରୱାଲଙ୍କ ପରେ ଏବେ ଆଲିଆ ଭଟ୍ଟ ମଧ୍ୟ ଡିପ୍ ଫେକ୍ ଟେକ୍ନୋଲୋଜୀର ଶିକାର ହୋଇଛନ୍ତି । ଆଲିଆ ଭଟ୍ଟଙ୍କ ଡିପ୍ ଫେକ୍ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଖୁବ ଜୋରରେ ପ୍ରସାରିତ ହେବା ସାଙ୍ଗକୁ ଦେଶରେ ଏଆଇର ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରାଯାଉଛି । ଏହି ଭିଡିଓରେ ଜଣେ ଝିଅ ନୀଳ ରଙ୍ଗର ଫ୍ଲୋରାଲ କୋ-ଆର୍ଡ ସେଟ ପିନ୍ଧିଥିବା ନଜର ଆସୁଛନ୍ତି । ଯେଉଁଥିରେ ଆଲିଆ ଭଟ୍ଟଙ୍କ ମୁହଁ ଲଗାଯାଇଛି । ଏହି ଝିଅଟି କ୍ୟାମେରାରେ ଅଶ୍ଲୀଳ ଇସାରା କରୁଥିବା ଦେଖାଯାଉଛି ।

ରଶ୍ମିକା ଏବଂ କାଜଲଙ୍କ ପରେ ଏବେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ଏହାର ଶିକାର ହୋଇଛନ୍ତି । ଯେଉଁଥିରେ ଆଲିଆଙ୍କ ଏକ ବୋଲ୍ଡ ଭିଡିଓ ସାମ୍ନାକୁ ଆସିଛି । ଯାହା ଖୁବ ଜୋରରେ ଭାଇରାଲ ହେଉଛି । ଏହି ଭିଡିଓରେ ସେହି ଝିଅଟି ବେଡରେ ଶୋଇଛି ଏବଂ ରୁମକୁ ଦେଖାଇ ଅଶ୍ଲୀଳ ଇସାରା କରୁଛି । ଏହି ଭିଡିଓକୁ ଆପଣ ଭଲଭାବେ ଦେଖିଲେ, ଏହା ଏକ ନକଲି ଭିଡିଓ ବୋଲି ଜଣାପଡୁଛି । ତେବେ ଆଲିଆଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ସେହିପରି ଆଲିଆଙ୍କ ପ୍ରଶଂସକ ଏହି ଭିଡିଓ ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବିଗତ ଦିନରେ ସାଉଥ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ କାଜଲଙ୍କର ଭିଡିଓ ଭାଇରାଲ ହୋଇଥିଲା । ଏନେଇ ରଶ୍ମିକା ମଧ୍ୟ ନିଜ ଡିପ୍ ଫେକ୍ ଭିଡିଓକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ ନିଜ ଇନଷ୍ଟା ଷ୍ଟୋରୀରେ ଏକ ଲମ୍ବା ପୋଷ୍ଟ କରି ଅଭିଯୋଗ କରିଥିଲେ । ସେ ଏଥିରେ କହିଥିଲେ ଯେ, ମୋତେ ଏନେଇ ବହୁତ ଡର ଲାଗୁଛି । ଏପରି ଜିନିଷ ଆଗକୁ ଯେକୌଣସି ଝିଅ ସହ ମଧ୍ୟ ହୋଇପାରେ ।

Get real time updates directly on you device, subscribe now.