fbpx

‘ହଁ, ମୁଁ ଜଣେ ଅନୁଭବୀ ଚୋର, କିନ୍ତୁ ତୁମ ପାଖରେ ଏହାର ପ୍ରମାଣ କ’ଣ ଅଛି’, ଜେଲ୍ ଯିବା ପୂର୍ବରୁ ଏପରି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ତିହାର ଜେଲ୍ ଯିବା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦଳର କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ସମ୍ବୋଧିତ କରିଛନ୍ତି । କେଜ୍ରିୱାଲ ଦିଲ୍ଲୀ ସ୍ଥିତ ଆପ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେ କହିଥିଲେ ମୋତେ ମିଛ କେସ୍‌ରେ ଫସାଯାଇ ଜେଲ୍‌ରେ ଭର୍ତ୍ତି କରାଯାଇଛି । ସେ କହିଛନ୍ତି ହଁ ସେମାନଙ୍କ କହିବା ଅନୁଯାୟୀ ମୁଁ ଜଣେ ଅନୁଭବୀ ଚୋର, ତେବେ ତୁମ ପାଖରେ ଏହାର ପ୍ରମାଣ କ’ଣ ଅଛି? ସେ କହିଛନ୍ତି ମୋ ବିରୁଦ୍ଧରେ କିଛି ପ୍ରମାଣ ନ ଥାଇ ବି ସେମାନେ ମୋତେ ଜେଲ୍‌ରେ ରଖିଛନ୍ତି । ଏହା ଏକ ପ୍ରକାର ଅରାଜକତା ଅଟେ । ଯାହାକୁ ମନ ହେବ ତାକୁ ଜେଲ୍‌ରେ ଭର୍ତ୍ତି କରି ଦିଆଯିବ । ଏପରି ଏକଛତ୍ରବାଦ ନୀତି ଦେଶକୁ ବରଦାସ୍ତ ହେବ ନାହିଁ । ମୁଁ ଏହି ଏକଛତ୍ରବାଦ ବିରୁଦ୍ଧରେ ଲଢେଇ କରୁଛି । ଆମେ ଭଗତ ସିଂହଙ୍କ ଅନୁଗାମୀ ଅଟୁ ।

କେଜ୍ରିୱାଲ କହିଛନ୍ତି ଏଥର ଏ ଲୋକମାନେ ଜେଲ୍‌ରେ ମୋ ସହ କ’ଣ କରିବେ ତାହା ତ ମୋତେ ଜଣାନାହିଁ । ତେବେ ମୋ ଶରୀରର ପ୍ରତି ରକ୍ତବିନ୍ଦୁ ଦେଶ ଲାଗି ସମର୍ପିତ । ମୁଁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଇଛି । ସେ ଆମର ପ୍ରେରଣାର ସ୍ରୋତ । ସେ ଆହୁରି କହିଛନ୍ତି ଜୁନ୍ ୪ ତାରିଖ ମଙ୍ଗଳବାର ପଡୁଛି ଯେଉଁଦିନ ବଜରଙ୍ଗବାଲୀଙ୍କ ଜନ୍ମଦିନ ଅଟେ । ବଜରଙ୍ଗବାଲୀ ଆମ ସମସ୍ତଙ୍କ ମଙ୍ଗଳ କରିବେ । ସାରା ଦେଶର ରକ୍ଷା କରିବେ ।

Get real time updates directly on you device, subscribe now.