fbpx

ଯୋଗର ଉତ୍ପତ୍ତି ନେପାଳରୁ ହୋଇଛି, ଭାରତରୁ ନୂହେଁ: କେପି ଓଲୀ

Advertisement

ନୂଆଦିଲ୍ଲୀ: ଗୋଟେ ପଟେ ଦୁନିଆ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି କିନ୍ତୁ ଅନ୍ୟପଟେ ନେପାଳର ପ୍ରଧାନମନ୍ତ୍ରୀ କେପି ଓଲୀ ଶର୍ମା ଦାବି କରିଛନ୍ତି ଯେ, ଯୋଗର ଉତ୍ପତ୍ତି ନେପାଳରୁ ହୋଇଛି ଭାରତରୁ ନୁହେଁ । ଯୋଗର ଦିବସ ଅବସରରେ ସମ୍ବୋଧନ କରିବା ସମୟରେ ସେ କହିଛନ୍ତି ଯେ, ଏକ ରାଷ୍ଟ୍ର ରୂପରେ ଭାରତର ଅସ୍ତିତ୍ୱର ବହୁ ପୂର୍ବରୁ ନେପାଳରେ ଯୋଗର ଅଭ୍ୟାସ କରାଯାଇଥିଲା ଏବଂ ଏବେବି କରାଯାଉଛି ।

ତେବେ ଯୋଗର ଉତ୍ପତ୍ତି ଭାରତରେ ନୁହେଁ ବରଂ ନେପାଳରେ ହୋଇଛି । ଯେତେବେଳେ ଯୋଗର ଖୋଜ ଆରମ୍ଭ ହୋଇଥିଲା ସେତେବେଳେ ଭାରତର ଗଠନ ହୋଇନଥିଲା । ଭାରତ ପରି କୌଣସି ଦେଶ ହିଁ ନଥିଲା । କାରଣ ନେପାଳରେ ଯୋଗର ପ୍ରଚଳନ ଆସିବା ସମୟରେ ଅନେକ ଗୁଡିଏ ସୀମାନ୍ତ ରାଜ୍ୟ ରହିଥିଲା । ତେଣୁ ଯୋଗର ଉତ୍ପତ୍ତି ନେପାଳ ଓ ଉତ୍ତରାଖଣ୍ଡର ଆଖପାଖରୁ ଆରମ୍ଭ ହୋଇଥିଲା ବୋଲି ଓଲୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନେପାଳରେ ଯୋଗର ସନ୍ଧାନ ପାଇଥିବା ମୁନିଋଷି ମାନଙ୍କୁ କେବେ ବି ଏଥିପାଇଁ ଶ୍ରେୟ ଦିଆଯାଇନାହିଁ । ଆମେ ଆମ ଦାବି ଠିକ୍ ଭାବରେ କେବେ ରଖିନୁ । ଭାରତର ପ୍ରଧାନମନ୍ତ୍ରୀ ଏହାକୁୁ ଅନେକ ଦିନ ପରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରିବାକୁ ପ୍ରସ୍ତାବ ରଖି ଏହାକୁ ପ୍ରସିଦ୍ଧ କରିଥିଲେ । ଏହାପରେ ଏହାକୁ ଅନ୍ତର୍ଜାତୀୟ ପଚିଚୟ ମିଳିଥିଲା ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.