fbpx

ସମୟ ପୂର୍ବରୁ ୧୬ ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସରକାରଙ୍କ ନିର୍ଦ୍ଦେଶ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଦଣ୍ଡ ସମୀକ୍ଷା କମିଟିର ସୁପାରିଶ ଆଧାରରେ ସମୟ ପୂର୍ବରୁ ୧୬ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କୁ ଜେଲରୁ ଛାଡିବା ପାଇଁ ଜେଲଗୁଡିକୁ ଆଦେଶ ଜାରି ହୋଇଛି । ୧୬ ଜଣଙ୍କ ମଧ୍ୟରୁ ୩ ଜଣ ଅଭିଯୁକ୍ତ ଭିଜାଗ ଜେଲରେ ଥିବା ବେଳେ ବାଲେଶ୍ୱର ଓ ବାରିପଦା ଦେଲରେ ୨ ଜଣ ଲେଖାଏଁ ଅଭିଯୁକ୍ତ ଅଛନ୍ତି । ସେହିପରି ଚୌଦ୍ୱାର, ବାଣପୁର, ସମ୍ବଲପୁର, ଢେଙ୍କାନାଳ, ପୁରୀ, କୋରାପୁଟ, ବଲାଙ୍ଗିର, କୋଟପଡା ଓ ଝାମୁଝରି ଜେଲରୁ ଜଣେ ଲେଖାଏଁ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

Get real time updates directly on you device, subscribe now.