fbpx

ବ୍ୟାଟ୍ ଧରି କ୍ରିକେଟ ମଇଦାନକୁ ଓହ୍ଲାଇଲେ ଯୋଗୀ: ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ଚୌକା-ଛକ୍କାର ବୃଷ୍ଟି

ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅନ୍ଦାଜ ଖୁବ ନିଆରା । ଅନେକ ସମୟରେ ଅନେକ କାରଣ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ଜଟିଳ ସାମାଜିକ ପ୍ରସଙ୍ଗରେ ନିଷ୍ପତ୍ତି ହେଉ କିମ୍ବା ଜନତାଙ୍କ ସୁଖ ଦୁଃଖର ସାଥୀ ଭାବରେ ସେ ରାଜ୍ୟବାସୀଙ୍କ ପାଖରେ ରହିଛନ୍ତି । ଭାରତୀୟ ଜନତା ପାର୍ଟିର ଫାୟାର ବ୍ରାଣ୍ଡ ନେତା ବିଧାନସଭା ରାଜନୈତିକ ପିଚରେ ରାଜ୍ କରୁଥିବା ବେଳେ ଏବେ କ୍ରିକେଟ ପିଚ୍ ରେ ପାଦ ଥାପିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଡ଼ିଆରେ କ୍ରିକେଟ ଖେଳୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

କ୍ରିକେଟରେ ସମସ୍ତ ରାଜ୍ୟ ଅପେକ୍ଷା ହରିୟାଣାର ପ୍ରଦର୍ଶନ ବେଶ୍ ସୁନ୍ଦର ରହିଛି । ଅଲିମ୍ପିକ ଏବଂ କମନୱେଲ୍ଥ ଇତ୍ୟାଦି ଖେଳରେ ହରିୟାଣାର ଖେଳାଳି ଖୁବ ଗର୍ବ ଅର୍ଜନ କରିଛନ୍ତି । କିନ୍ତୁ ଉତ୍ତରପ୍ରଦେଶର ଖେଳାଳିମାନଙ୍କ ପ୍ରୋତ୍ସାହନ ବୃଦ୍ଧି କରିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ରାଜନୈତିକ ପିଚ୍ ରୁ ଓହ୍ଲାଇ କ୍ରିକେଟ ମଇଦାନରେ ପହଞ୍ଚିଛନ୍ତି । ଆଇନଜୀବୀମାନଙ୍କ ସହ ମିଶି ଏହି ମଇଦାନରେ ଯୋଗୀଙ୍କୁ କ୍ରିକେଟ ଖେଳୁଥିବାର ଦେଖାଯାଇଛି । ଏହା ତାଙ୍କର ଏକ ବଡ଼ ସଂକେତ ବୋଲି ମଧ୍ୟ କୁହାଯାଉଛି । ବ୍ୟାଟିଂ କରୁଥିବା ବେଳେ ବଲକୁ ଖୁବ ଭାବରେ ଟାଇମିଂ କରି ବ୍ୟାଟିଂ ମଧ୍ୟ କରିଛନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହାର ଅନେକ ଫଟୋ ମଧ୍ୟ ଇଣ୍ଟରନେଟରେ ଘୁରି ବୁଲୁଛି । ବିଜେପିର ଜଣେ ଟାଣୁଆ ନେତାଙ୍କ ଏଭଳି ଅନ୍ଦାଜକୁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଖୁବ ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.