fbpx

‘ତୁମେ ମୋର’ …ଦୀପିକା କହିଲେ ଏମିତି

Advertisement

ମୁମ୍ବାଇ: ବଲିଉଡ୍ର ଅନ୍ୟତମ କୁଲ୍ ଯୋଡ଼ି ରଣବୀର ସିଂହ ଓ ଦୀପିକା ପାଦୁକୋନ ସବୁବେଳେ ଖୁସି ରହିଥିବା ନଜରରେ ଆସନ୍ତି । ଦୁହେଁ ଦାମ୍ପତ୍ୟ ଜୀବନକୁ ଖୁବ୍ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । ଚୁଲବୁଲି ଦୀପିକା ତାଙ୍କ ସ୍ୱାମୀ ରଣବୀରଙ୍କୁ ନେଇ କିଛି ନା କିଛି ପୋଷ୍ଟ ସେଆର୍ କରୁଥିବାବେଳେ ଫ୍ୟାନ୍ସମାନେ ସୁନ୍ଦର କମେଣ୍ଟ ଦେଉଛନ୍ତି । ଏଭଳି ଏକ ଫଟୋରେ

ଏଇ ନିକଟରେ ରଣବୀର ଏକ ଫଟୋ ସେଆର କରିଥିଲେ । ଯେଉଁଥିରେ ସେ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବାବେଳେ ଖୁବ୍ ହ୍ୟାଣ୍ଡସମ୍ ଲାଗୁଥିଲେ । ଏହି ପୋଷ୍ଟରେ ପ୍ରଶଂସକମାନେ ଲାଇକ୍ କମେଣ୍ଟ ବର୍ଷା କରିଥିଲେ । ଖାଲି ସେତିକି ନୁହେଁ, ଦୀପିକା ମଧ୍ୟ ଲଭ୍ ଇମୋଜି ଦେଇ କ୍ୟାପସନ୍ରେ ଲେଖିଛନ୍ତି- “ତୁମେ ମୋର’ । କେବଳ ଏତିକି ନୁହେଁ, ରଣବୀରଙ୍କ ଏହି ଫଟୋରେ ଅର୍ଜୁନ କପୁର, ସୋନୁ ସୁଦ୍, ବିଶାଲ ଦାଦଲାନି, ହିମେଶ ରେଶମିଆଙ୍କ ଭଳି ଅନେକ ବଲିଉଡ୍ ଷ୍ଟାର୍ ସୁନ୍ଦର ମତ ଦେଇଛନ୍ତି । ସୋନୁ ସୁଦ ଏକ ହଟ୍ ଇମୋଜି ଦେଇଥିବା ବେଳେ ହିମେଶ କହିଛନ୍ତି ଚମକ୍ରାର ଦେଖାଯାଉଛ । ସେହିପରି ଅର୍ଜୁନ୍ ମଧ୍ୟ ବଢ଼ିଆ କମେଣ୍ଟ୍ ଦେଇଛନ୍ତି ।

 

 

View this post on Instagram

 

A post shared by Ranveer Singh (@ranveersingh)

ଉଲ୍ଲେଖଯୋଗ୍ୟ ଯେ ରଣବୀର ଏକ ରହସ୍ୟ-ରୋମାଞ୍ଚଭରା ଫିଲ୍ମର ଶୁଂଟି ଆରମ୍ଭ କରିଛନ୍ତି । ସେହିପରି କବୀର ଖାନଙ୍କ ‘୮୩’ ଚଳଚ୍ଚିତ୍ରରେ ଏହି ଷ୍ଟାର୍ ଦମ୍ପତି ନଜର ଆସିବେ । ବିବାହ ପରେ ଦୁହିଁଙ୍କୁ ପୁଣି ଥରେ ଏକାଠି ପରଦାରେ ଦେଖିବାକୁ ମିଳିବ । ଫିଲ୍ମଟି ୧୯୮୩ ମସିହାରେ ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ବିଶ୍ୱକପ୍ ବିଜୟର କାହାଣୀକୁ ନେଇ ଆଧାରିତ । କିନ୍ତୁ ଏହା ମହାମାରୀ କରୋନା ଜନିତ କଟକଣା କାରଣରୁ ପ୍ରେକ୍ଷାଳୟକୁ ଆସିପାରି ନାହିଁ ।

Get real time updates directly on you device, subscribe now.