fbpx

କୋଭାକ୍ସିନକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁମତି ମିଳିବାର ସମ୍ଭାବନା ନାହିଁ

Advertisement

ହାଇଦ୍ରାବାଦ: ଭାରତ ବାୟୋଟେକର କୋଭିଡ-୧୯ ଟିକା ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୭୭.୮ % ପ୍ରଭାବଶଳୀ ହୋଇଥିଲେ ବି ଆସନ୍ତା ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅନୁମୋଦନର ସମ୍ଭାବନା ନାହିଁ । ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ, ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ(ଡିସିଜିଆଇ)ରୁ ପୂର୍ଣ୍ଣ ଅନୁମୋଦନ ପ୍ରାପ୍ତ କରିବା ପାଇଁ କୋଭାକ୍ସିନ୍ ନିର୍ମାତାଙ୍କୁ ଆଗାମୀ ଆଗାମୀ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

ସରକାରୀ ଅଧିକାରୀ କହିଛନ୍ତି ଯେ, ‘କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନି । ଭାରତ ବାୟୋଟେକକୁ ଅଧ୍ୟୟନର ଆବଶ୍ୟକତା ରହିଛି । ଟିକା କେତେ ସୁରକ୍ଷିତ, ତାହା ଡାଟାରେ ଦର୍ଶାଇବାକୁ ପଡିବ । ସେମାନଙ୍କ ପ୍ରୋଟୋକଲରେ ଅବଧି ସମୟସୀମା ବାଖ୍ୟା କରାଯାଇଛି । ଏସମସ୍ତ ଡାଟା ଦିଆନଯିବା ପର୍ଯ୍ୟନ୍ତ କୋଭାକ୍ସିନକୁ ପୂର୍ଣ୍ଣ ଅନୁମତି ମିଳିବ ନାହିଁ ।’

Get real time updates directly on you device, subscribe now.